ଫ୍ଲାଇଟରେ ଲୋକାଲ ଟ୍ରେନର ମାହୋଲ, ଭରପୁର ମଜା ଉଠାଇଲେ ସହଯାତ୍ରୀ, ଭିଡିଓ ଭାଇରାଲ

Published By : Prameya-News7 Bureau | October 14, 2021 IST

ନୂଆଦିଲ୍ଲୀ ୧୪।୧୦:  ସୋସିଆଲ ମିଡିଆରେ ଉଡାଜାହାଜ ଭିତରର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଜଣେ ଯୁବତୀ ଗୀତ ଗାଉଥିବା ବେଳେ ସହଯାତ୍ରୀମାନେ ତାଳି ବଜାଇ ଭରପୁର ମଜା ନେଉଥିବାର ଦେଖା ଯାଉଛି। ଯେପରି ବିମାନ ନୁହେଁ ସମାନେ କୌଣସି ଏକ ଲୋକାଲ ଟ୍ରେନ୍‌ରେ ଯାଉଥିବାର ମନେ ହେଉଛି। ତେବେ ମହିଳାଯାତ୍ରୀ ଟ୍ରେନର ଗୁମସୁମ ମାହୋଲକୁ କିଛି ସମୟ ଲାଗି ବେଶ ରସରସିଆ କରିଦେବା ଏବେ ଅନେକଙ୍କୁ ବେଶ୍ ପସନ୍ଦ ଆସୁଛି।

ବିମାନ ଯାତ୍ରା ବେଶ ବିଳାଶମୟ। ଆରାମପ୍ରଦ ହେଲେବି ଯାତ୍ରୀ ପ୍ରାୟତଃ ବୋର ଅନୁଭବ କରିଥାନ୍ତି। ଏଥିରେ କେହି ଯାତ୍ରୀ ମାଗଜିନ ପଢି ଆକାଶରେ ସମୟ ବିତାନ୍ତି ତ ଆଉ କେହି ଶୋଇ ପଡନ୍ତି। ହେଲେ ବିମାନଯାତ୍ରାର ଏପରି ମାହୋଲ ମହିଳା ଯାତ୍ରୀଙ୍କୁ ଭଲ ଲାଗିନଥିଲା। ଗୁମସୁମ ମାହୋଲକୁ ଅଚାନକ ଗରମ କରିଦେଇଥିଲେ। ୭୦ ଦଶକ ମଧ୍ୟଭାଗରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମର ଏକ ଗୀତର ସୁର ଲମ୍ବାଇ ଦେଇଥିଲେ। ସହଯାତ୍ରୀମାନେ ତାଳରେ ତାଳ ଦେଇ ତାଳି ବଜାଇ ବେଶ ମସଗୁଲ ହୋଇଯାଇଥିଲେ।

ଆକାଶରେ ବିମାନ ଭିତରର ଏହି ଦୃଶ୍ୟକୁ କେହି ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଅପଲୋଡ କରିଦେବା ପରେ ଏହା ଭାଇରାଲ ହୋଇଗଲାଣି। ଲୋକେ ଏହା ଫ୍ଲାଇଟ୍‌ ନା ଲୋକାଲ ଟ୍ରେନ ବୋଲି ପ୍ରଶ୍ନ କରୁଥିବା ବେଳେ ଏପରି ସହଯାତ୍ରୀଙ୍କ ସହ ବିମାନ ଯାତ୍ରା ବାସ୍ତବିକ ଆନନ୍ଦଦାୟକ ବୋଲି କହିଛନ୍ତି। ଅନେକ ଏପରି ମାହୋଲ ହରାଇଥିବାରୁ ମନଦୁଃଖ ମଧ୍ୟ କରୁଛନ୍ତି।  

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.