ସିଡନୀ-ମେଲବର୍ଣ୍ଣ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଦୁର୍ଘଟଣା ବେଳେ ଥିଲେ ୧୬୦ ଯାତ୍ରୀ
20/02/2020 at 3:55 PM

ମେଲବର୍ଣ୍ଣ ୨୦।୨: ଅଷ୍ଟ୍ରେଲିଆରେ ଗୁରୁବାର ଏକ ଯାତ୍ରୀବାହୀ ଟ୍ରେନ ଲାଇଚ୍ୟୁତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ବେଳେ ଟ୍ରେନରେ ୧୬୦ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଛନ୍ତି। ଭିକ୍ଟୋରିଆନ କଣ୍ଟ୍ରି ଟ୍ରେନ ସର୍ଭିସ୍ ଦୁର୍ଘଟଣା ପୁଷ୍ଟି କରିଥିବା ବେଳେ ନ୍ୟୁ ସାଉଥ୍ ୱେଲ୍ସ କଣ୍ଟ୍ରି ଲିଙ୍କ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚିତ କରିଛନ୍ତି।
The day got worse. The train crashed. We're fine @TrishBolton3 We'll be there for breakfast ? Poor driver is injured though ? #Melbourne @abcnews #traincrash pic.twitter.com/k14q2cE53N
— Dr Scott Rickard (@Rickard_Scott) February 20, 2020
ଏହି ଦୁର୍ଘଟଣା ୱାଲନ ଷ୍ଟେସନରୁ ମାତ୍ର ୫୦୦ ମିଟର ପୂର୍ବରୁ ହୋଇଥିବା ବେଳେ ଡ୍ରାଇଭର ମଧ୍ୟ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଫଶି ରହିଥିବା କୁହାଯାଇଛି। ଆହତ ଯାତ୍ରୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ମିଳିପାରିନାହିଁ। ତେବେ ଯେଉଁ ଯାତ୍ରୀ ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ସମସ୍ତେ ଗୁରୁତର ଥିବା ଲୋକେ ସେମାନଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ପୋଷ୍ଟ କରୁଥିବା ଦେଖାଯାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ସିଡନୀ ଓ ମେଲବର୍ଣ୍ଣ ମଧ୍ୟରେ ଚଳାଚଳ କରେ।