ୱାସରୁମ ଡୋର ଭାବି ବିମାନର ଏମାର୍ଜେନ୍ସୀ ଗେଟ୍ ଖୋଲିଦେଲେ ମହିଳା, ଜାଣନ୍ତୁ କ’ଣ ହେଲା

Published By : Prameya-News7 Bureau | June 09, 2019 IST

ମଞ୍ଚେଷ୍ଟର :  ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନରେ ଜଣେ ମହିଳା ଯାତ୍ରୀ ୱାସରୁମ ଡୋର ଭାବି ଏମାର୍ଜେନ୍ସୀ ଡୋର ଖୋଲିଦେଇଥିଲେ। ଫଳରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ କିଛି ସମୟ ପାଇଁ ହଇଚଇ ସୃଷ୍ଟି ହୋଇଥିଲା। ତେବେ ବିମାନ ଉଡାଣର ପ୍ରସ୍ତୁତି କରୁଥିବାରୁ ବିଶେଷ କିଛି ଅସୁବିଧା ହୋଇନଥିଲା। ହେଲେ ବିମାନର ଯାତ୍ରା ୭ ଘଣ୍ଟା ବିଳମ୍ବ ହୋଇଥିଲା।

{"id":121418}

ପିଆଇଏ ସୂଚନା ଅନୁସାରେ ମଞ୍ଚେଷ୍ଚର ବିମାନ ବନ୍ଦରରେ ଜଣେ ମହିଳା ଯାତ୍ରୀ ଯାହାକୁ ୱାସରୁମ ଡୋର ଭାବୁଥିଲେ ବାସ୍ତବରେ ତାହା ଥିଲା ବିମାନର ଆପତକାଳୀନ ନିଷ୍କାସନର ରାସ୍ତା। ବଟନ ଦବାଇବା ମାତ୍ରେ ତାହା ଖୋଲିଯିବା ସହ ବିମାନର ଜରୁରୀ ଦ୍ବାର ଖୋଲିବାକୁ ଲାଗିଥିଲା। ମାତ୍ର କିଛି ମିନିଟ୍ ରେ ବିମାନ ଉଡିବାର ଥିଲା। ତେବେ ଏଥି ପାଇଁ ବିମାନର ସମସ୍ତ ୪୦ ଜଣ ଯାତ୍ରୀଙ୍କୁ ଓହ୍ଳାଯାଇ ପୁଣି ଦ୍ବାରକୁ ଠିକ କରାଯାଇଥିଲା। ଏଥିପାଇଁ ବିମାନ ଯାତ୍ରା କରିବାରେ ୭ ଘଣ୍ଟା ବିଳମ୍ବ ହୋଇଥିବା ବୋଲି ପିଏଆଇ ମୁଖପାତ୍ର କହିଛନ୍ତି।

{"id":121419}

ତେବେ ବିମାନର ଯାତ୍ରୀଙ୍କୁ ପୁଣି ବିମାନବନ୍ଦରକୁ ଫେରାଇ ନିଆଯାଇଥିବା ବେଳେ ସେମାନଙ୍କୁ ପରବର୍ତ୍ତି ବିମାନ ଯୋଗେ ଗନ୍ତବ୍ୟ ଅଭିମୁଖେ ଛଡାଯାଇଥିଲା। ପାକ୍ ସରକାରୀ ଏୟାରଲାଇନ୍ସ ଏବେ ଗୁରୁତର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ କେତେକ ଅନ୍ତର୍ଜାତୀୟ ଉଡାଣ ମଧ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଛି ପିଆଇଏ। ତେବେ ଏଥିରେ ଯାତ୍ରୀଙ୍କ ସାମାନ୍ୟ ଅସାବଧାନତା ଯୋଗୁ ବିମାନ କମ୍ପାନୀର ଗୋଟିଏ ଉଡାଣ ପୁଣି ବାଧିତ ହୋଇଥିଲା ବୋଲି କହିଛନ୍ତି  ମୁଖପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.