ଡମ୍ଫରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ; ୫ ଗୁରୁତର, ୧୧ ଆହତ

Published By : Prameya-News7 Bureau | March 04, 2019 IST

ଭଦ୍ରକ ୪|୩ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ତ୍ରିଶଳପୁର ଛକରେ ଡମ୍ଫରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ୫ଜଣ ଗୁରୁତର ହୋଇଥିବା ବେଳେ ୧୧ ଆହତ ହୋଇଛନ୍ତି । ଆହତ ଓ ଗୁରୁତର ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶ ଆହତ ଯାତ୍ରୀମାନେ ପଶ୍ଚିମବଙ୍ଗ ମେଦିନାପୁର  ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

{"id":90467}

ବିଳମ୍ବିତ ରାତିରେ  ଡଲଫିନ ନାମକ ଘରୋଇ ବସ୍ ପୁରୀରୁ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ତ୍ରିଶଳପୁର ଛକ ନିକଟରେ ରାସ୍ତା କାମ ପାଇଁ ଆସୁଥିବା ଡମ୍ଫରକୁ ପଛପଟୁ ପିଟିଥିଲା । ଡ୍ରାଇଭରର ଆଖି ଲାଗି ଯିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.