ଜଳେଶ୍ବର ୧୯।୭: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଗୁଡିଖାଳ ଛକ ନିକଟରେ ଦୁର୍ଘଟଣା । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୩୦ ଜଣ ଗୁରୁତର ୨୦ରୁ ଅଧିକ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରୁ ପଶ୍ଚିମବଙ୍ଗର ଆରାମବାଗ ଅଭିମୁଖେ ଯାଉଥିବା ଦାସ ଏଣ୍ଡ ଦାସ ବସ୍ ରାତି ପ୍ରାୟ ୧ଟା ସମୟରେ ୬୦ନଂ ଜାତୀୟ ରାଜପଥର ଗୁଡିଖାଳ ଠାରେ ରାସ୍ତା ଉପରେ ଛିଡା ହୋଇ ରହିଥିବା କୋଇଲା ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ରାଜପଥ ପାଟ୍ରୋଲିଂ କର୍ମଚାରୀ, ରାଜପଥ ପୋଲିସ ପହଞ୍ଚି ବସ୍ରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ଆଣିଥିଲେ । ବସ୍ରେ ୭୦ରୁ ଅଧିକ ଯାତ୍ରୀ ଥିବାବେଳେ ସମସ୍ତ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ବାଲେଶ୍ୱର ମେଡିକାଲ କଲେଜକୁ ପଠାଇ ଦିଆଯାଇଛି । ତେବେ ଘଟଣାସ୍ଥଳରେ ୪ଟି ୧୦୮ ଆମ୍ବୁଲାନ୍ସ, ଗୋଟିଏ ରାଜପଥ ଆମ୍ବୁଲାନ୍ସ ସହିତ ୩ଟି ପ୍ରାଇଭେଟ୍ ଆମ୍ବୁଲାନ୍ସ, ପୋଲିସ କର୍ମଚାରୀଙ୍କ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ମେଡିକାଲ ପଠାଯାଇଥିଲା । ତେବେ ରାତିରେ ରାଜପଥ ଉପରେ ଗାଡି ଗୁଡିକ ଛିଡା ହୋଇ ରହିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି ।
You Can Read: