ବ୍ରିଜ୍ରେ ଝୁଲିଲା ଯାତ୍ରିବାହୀ ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଡ୍ରାଇଭର ଫେରାର୍
3/10/2023 at 11:38 AM

ବାଙ୍କୀ ୦୩/୧୦: ପୋଲ ଉପରେ ଝୁଲିରହିଲା ଯାତ୍ରିବାହୀ ବସ୍ । ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ । ଡ଼୍ରାଇଭର ଫେରାର । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାରେ ଯାଞ୍ଚ ଆରମ୍ଭ କରିଛି । ତେବେ ଡ୍ରାଇଭର ନିଶାସକ୍ତ ଥିଲେ କି ଯାନ୍ତ୍ରିକ ତୃଟିପାଇଁ ଏଭଳି ଦୁର୍ଘଟଣା ଘଟିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।
ସୂଚନା ଥାଉକି, ବାଙ୍କୀ ଜାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏହି ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ବସଟି ପୋଲ ତଳକୁ ଖସିପଡିବା ଭଳି ଅଧାରେ ଓହଳି ରହିଛି । ଗାଡିଟି ବ୍ରିଜର ବ୍ୟାରିକେଟକୁ ବାଡେଇବା ପରେ ଅଧା ଓହଳିବା ଅବସ୍ଥାରେ ଝୁଲି ରହିଛି । ସେପଟେ ଘଟଣା ପରେ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି । ତେବେ ଦୁର୍ଘଟଣାର କାରଣ ଜଣାପଡିନାହିଁ ।
you cna also read…