ନବରଙ୍ଗପୁରରେ ପଞ୍ଚାୟତ  ନିର୍ବାଚନ ପାଇଁ  ପ୍ରଚାର କରୁଛନ୍ତି ପଶ୍ଚିମବଙ୍ଗ ବିଧାୟକ

Published By : Prameya-News7 Bureau | February 20, 2022 IST

ନବରଙ୍ଗପୁର ୨୦/୦୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଧ୍ୟରୁ ଦୁଇଟି ପର୍ଯ୍ୟାୟ ମତଦାନ ସରିଯାଇଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ବ୍ଲକରେ ଆସନ୍ତା ୨୨ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବ । ଉମରକୋଟରେ ତିନିଟି ଓ ରାଇଘର ବ୍ଲକରେ ଚାରିଟି ଜିଲ୍ଲା ପରିଷଦ ଆସନ ରହିଛି ଏବଂ ଏହି ସାତଟି ଜୋନ ପାଇଁ ଉମରକୋଟ ବ୍ଲକରେ ତିନି ଜଣ ଓ ରାଇଘର ବ୍ଲକରେ ଦୁଇ ଜଣ ବଙ୍ଗୀୟ ପ୍ରାର୍ଥୀ ନିର୍ବାଚନ ମଇଦାନକୁ କୁ ଓହ୍ଲାଇଛନ୍ତି । ପଶ୍ଚିମ ବଙ୍ଗର ବିଜେପି ବିଧାୟକ ଏଠାରେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

ତିନି ପ୍ରମୁଖ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ନିଜ ନିଜ ରଣ କୌଶଳ ଆପଣାଉଛନ୍ତି । ନିର୍ବାଚନରେ ଏହି ଦୁଇ ବ୍ଲକରେ ଅନେକ ବଙ୍ଗୀୟ ପ୍ରାର୍ଥୀ ରହିଥିବାରୁ ପ୍ରାୟ ସମସ୍ତ ଆସନରେ ବଙ୍ଗୀୟ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ପ୍ରଚାରରେ ବିଜେଡି ସବୁଠୁ ଆଗୁଆ ରହିଛି । ସରକାରଙ୍କ ଜନ କଲ୍ୟାଣ ଯୋଜନା, ଏ ଅଞ୍ଚଳରେ ବିଜେଡି ପ୍ରତି ରହିଥିବା ଜନ ସମର୍ଥନ ଓ ଲୋକଙ୍କ ଆଶା ଓ ବିଶ୍ବାସକୁ ନେଇ ବିଜେଡିର ପ୍ରଚାର ଚାଲିଛି । ଅନ୍ୟ ପକ୍ଷରେ ଏହି ଦୁଇ ବ୍ଲକରେ ବିଜେପି ଆଉ ନିଜ ନେତା ଉପରେ ଭରସା କରି ପାରୁନାହିଁ ।କାରଣ ଗତ ନିର୍ବାଚନରେ ଦୁଇଟି ବ୍ଲକର ସାତଟି ଆସନ ମଧ୍ୟରୁ ଛଅ ଟି ଆସନ ବିଜେପି ହାତେଇ ଥିଲେ ମଧ୍ୟ କୌଣସି ଆଖି ଦୃଶିଆ କାମ କରିନାହିଁ । ଏହି କାରଣରୁ ପଶ୍ଚିମବଙ୍ଗରୁ ନେତା ଆଣି କରି ପ୍ରଚାର କାର୍ଯ୍ୟ କୁ ତ୍ଵରାନିତ କରିଛି ବିଜେପି। ଏଥିପାଇଁ ଉମରକୋଟ ଓ ରାଇଘରରେ ପ୍ରଚାର କରିବା ପାଇଁ ପଶ୍ଚିମବଙ୍ଗ ବିଧାୟକ ଅସୀମ ସରକାରଙ୍କୁ ଶେଷ ଅସ୍ତ୍ର କରିଛି ବିଜେପି । ଅସୀମ ଜଣେ ବିଧାୟକ ଏବଂ ପଶ୍ଚିମବଙ୍ଗର କବି ସମ୍ରାଟ । ଅସୀମକୁ ଧରି ବେଙ୍ଗଲି ଭୋଟ ହାତେଇବାକୁ ପ୍ରୟାସ କରିଛି ବିଜେପି । ଅସୀମ ଉମରକୋଟ ଜିଲ୍ଲା ପରିଷଦ ଜୋନ୍ ୧ ଓ ୨ ର ବଙ୍ଗୀୟ ପ୍ରାର୍ଥୀଙ୍କ ପାଇଁ ଉମରକୋଟର ଖାଣ୍ଡା ଗ୍ରାମରେ ପ୍ରଚାର କରିଥିବା ବେଳେ ରାଇଘରର ୪ ନମ୍ବର ଜୋନ ପ୍ରାର୍ଥୀଙ୍କ ପାଇଁ କୁମୁଲି ଗ୍ରାମକୁ ଯାଇଥିଲେ । ପ୍ରଚାର ସମୟରେ ପଶ୍ଚିମବଙ୍ଗ ବିଧାୟକ ଅସୀମ ସରକାର ବିଜେପିକୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ତାଙ୍କ ପ୍ରଚାର ଦ୍ବାରା ଲୋକେ ଅକୃଷ୍ଠ ହୋଇ ବିଜେପିକୁ ଭୋଟ ଦେବେବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.