ନୂଆଦିଲ୍ଲୀ: ସୋମବାର ସକାଳୁ ସକାଳୁ ହଠାତ୍ ବନ୍ଦ ହୋଇଗଲା ବିଦ୍ୟୁତ୍ ବଲ୍ଭ। ଅନ୍ଧାର ହୋଇଗଲା ପାକିସ୍ତାନର ଘର ଓ ଅଫିସ। ଖବର ଦେଖୁଥିବା ଟିଭି ବି ବନ୍ଦ। ପାକିସ୍ତାନରେ ଅଧିକାଂଶ ସ୍ଥାନରେ ଆଜି ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ଫେଲ୍ ହେବା କାରଣରୁ ପାକିସ୍ତାନର ଅଧା ସହରରେ ବିଦ୍ୟୁତ ଚାଲିଯାଇଛି।
ପାକିସ୍ତାନ ଶକ୍ତି ମନ୍ତ୍ରଳୟ ଏନେଇ ସୂଚନା ଦେଇଛି। ତେବେ ଗ୍ରୀଡ଼୍ କାମ ଜାରି ରହିଛି। ଖୁବ୍ଶୀଘ୍ର ବିଦ୍ୟୁତ୍ ଆସିବ ବୋଲି ସେ ଶକ୍ତିମନ୍ତ୍ରାଳୟ ଟ୍ୱିଟ୍ କରି ସୂଚନା ଦେଇଛି।
ତେବେ ଶକ୍ତି ମନ୍ତ୍ରାଳୟ ସୂଚନା ଦେବା ପୂର୍ବରୁ ବିଭିନ୍ନ ବିଦ୍ୟୁତ ବିତରକ କମ୍ପାନୀ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ନେଇ ସୂଚନା ଦେଇଥିଲେ। କ୍ୱିଟା ଇଲେକ୍ଟ୍ରିକ ସପ୍ଲାଏ କମ୍ପାନୀ(QESCO)ର ଗୁଡ୍ଡୁରୁ କ୍ୱେଟ୍ଟା ଯାଇଥିବା ଦୁଇଟି ଟ୍ରାନ୍ସମିସନ ହଠାତ୍ ଖରାପ ହୋଇଯାଇଛି। ଫଳରେ କ୍ୱେଟା ସମେତ ବଲୋଚିସ୍ତାନ ୨୨ ଜିଲ୍ଲାରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି।
ସେହିପରି ଲାହୋର, କରାଚି ଓ ରାଜଧାନୀ ଇସ୍ଲାମାବାଦରେ ମଧ୍ୟ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଇସଲମାବାଦରେ ୧୧୭ ଗ୍ରୀଡ୍ ଷ୍ଟେସନ୍ରେ ବିଦ୍ୟୁତ୍ ନାହିଁ। ପେଶାୱାରରେ ମଧ୍ୟ ଇଲେକ୍ଟ୍ରିକ୍ ସେବା ବାଧାପ୍ରାପ୍ତ ହୋଇଯାଇଛି।