ଆଶ୍ଚର୍ଯ୍ୟ : ସାରା ବିଶ୍ବରେ କରୋନାକୁ ନେଇ ଆତଙ୍କିତ ଥିବାବେଳେ ଏହି ଦେଶର ଲୋକେ ପାର୍ଟି କରି ହେଉଛନ୍ତି କରୋନାରେ ସଂକ୍ରମିତ

Published By : Prameya-News7 Bureau | May 09, 2020 IST

ଓ୍ବାଶିଂଟନ ୯/୫: କରୋନା ଭାଇରସର ମାମଲା ଦିନକୁ ଦିନ ବିଶ୍ବରେ ବଢ଼ି ଚାଲିଛି। କିନ୍ତୁ ଆମେରିକା ଏକ ଏପରି ଦେଶ ଯେଉଁଠାରେ କରୋନାରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଶନିବାର ସକାଳ ସୁଦ୍ଧା ଆମେରିକାରେ ମୃତ୍ୟୁ ସଂଖ୍ୟା ୭୭ହଜାର ପହଞ୍ଚି ସାରିଛି। ଏହି ସମୟରେ ଅନେକ ଆମେରିକୀୟ ସହରରୁ ଲକଡାଉନ୍ ନିୟମ ଭାଙ୍ଗିବାର ଏବଂ ସୋସିଆଲ ଡିସଟ୍ୟାନସିଂ ନ ମାନିବାର ଖବର ମଧ୍ୟ ଆସିଛି। ଆମେରିକାର ଅନେକ ପୋଲିସ୍ କର୍ମଚାରୀ କରୋନା ପାର୍ଟିକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।

ଓ୍ବାଶିଂଟନର ବାଲ୍ଲା ବାଲ୍ଲା କାଉଣ୍ଟିର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଏହି ଅଞ୍ଚଳରେ କରୋନାର ୧୦୦ଟି ମାମଲା ଏପରି ଆସିଛି ଯାହା କରୋନା ଭାଇରସ୍ ପାର୍ଟି ଯୋଗୁଁ ବ୍ୟାପିଛି। ପାର୍ଟିରେ ଲୋକେ ଜାଣିଶୁଣି କରୋନା ଭାଇରସକୁ ବ୍ୟାପିବାକୁ ଦେଇଛନ୍ତି।

ଓ୍ବାଶିଂଟନର ସ୍ବାସ୍ଥ୍ୟ ସଚିବ ଜନ୍ ବିସମ୍ୟାନ୍ କହିଛନ୍ତି ଯେ- ମହାମାରୀ ମଧ୍ୟରେ ଲୋକଙ୍କ ରୁଣ୍ଡ ହେବା ବିପଦଜନକ ହୋଇପାରେ। ଏହା ଦ୍ବାରା ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ବଢ଼ି ଯାଇଥାଏ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ।

ଆମେରିକୀୟ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ କରୋନାରୁ ସୁସ୍ଥ ହୋଇସାରିଥିବା ଲୋକ ଦୀର୍ଘ ଦିନ ଯାଏଁ ରୋଗଗ୍ରସ୍ତ ହେବେ ନାହିଁ କିନ୍ତୁ ଏହା ବିଷୟରେ ବର୍ତ୍ତମାନ ସୂଚନା ମିଳିନାହିଁ। ବିସମ୍ୟାନ୍ ଏହା ମଧ୍ୟ କହିଛନ୍ତି ଯେ ଦୀର୍ଘ ଦିନ ପରେ ଆମ ଶରୀରରେ ଭାଇରସର କ’ଣ ପ୍ରଭାବ ପଡ଼ିବ,ବର୍ତ୍ତମାନ ଏହା ବିଷୟରେ ମଧ୍ୟ କିଛି ଜଣା ପଡ଼ିପାରି ନାହିଁ।

ଗତ ମାସରେ ଆମେରିକାର ଚିକାଗୋଠାରେ ମଧ୍ୟ ସୋସିଆଲ ଡିସଟ୍ୟାନସିଂ ଉଲ୍ଲଙ୍ଘନ କରୁଥିବା ଏକ ପାର୍ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ପାର୍ଟି ପାଇଁ ଗୋଟିଏ ଘରେ ହଜାର ହଜାର ଲୋକ ଜମା ହୋଇଥିଲେ। ପାର୍ଟିରେ ଭାଗ ନେଇଥିବା ଯୁବକ ମଧ୍ୟ ନିଜେ ଭିଡିଓ ଅପଲୋଡ କରିଥିଲେ।

କରୋନା ଭାଇରସ ନାଁରେ ହେଉଥିବା ପାର୍ଟିରେ ଯେଉଁମାନେ ସଂକ୍ରମିତ ନାହାନ୍ତି ସେମାନେ ପଜିଟିଭ ଲୋକଙ୍କ ସହ ବସନ୍ତି ଯାହା ଦ୍ବାରା ତାଙ୍କୁ ବି ସଂକ୍ରମଣ ହୋଇଯିବ।

ଅନେକ ଲୋକ ପାର୍ଟିରେ କରୋନାରେ ସଂକ୍ରମିତ ହେବା ଉଦ୍ଦେଶ୍ୟରେ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.