ଭାରତରେ ଦେଖାଗଲା ବର୍ଷର ଶେଷ ସୂର୍ଯ୍ୟପରାଗ, ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ହେଲା ଦୃଶ୍ୟମାନ

Published By : Prameya-News7 Bureau | October 25, 2022 IST

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଭାରତରେ ଦେଖିବାକୁ ମିଳିଛି । ଏହା ଖଣ୍ଡ ସୂର୍ଯ୍ୟପରାଗ ଅର୍ଥାତ ଆଂଶିକ ସୂର୍ଯ୍ୟପରାଗ । ଏହି ପରାଗର ପ୍ରଭାବ ଭାରତ ସହ ଦୁନିଆର ଅନେକ ସ୍ଥାନରେ ଦେଖିବାକୁ ମିଳିବ । ୨୦୨୨ ଅକ୍ଟୋବର ୨୫ ମଙ୍ଗଳବାର ସକାଳ ୧୧ଟା ୨୮ରୁ ସୂର୍ଯ୍ୟ ପରାଗ ଆରମ୍ଭ ହୋଇଛି ସଂଧ୍ୟା ୬ଟା ୩୩ ଯାଏଁ ପ୍ରାୟ ସାତ ଘଣ୍ଟା ଧରି ଚାଲିବ । ପରାଗ ସମୟରେ ଭଗବାନଙ୍କ ନାମ ସ୍ମରଣ କରିବା ଶୁଭ ହୋଇଥାଏ ବୋଲି ଧାରଣ ରହିଛି ।

ଜ୍ୟୋତିଷ ବିଦ୍ୟାରେ ସୂର୍ଯ୍ୟଙ୍କୁ ଗ୍ରହର ରାଜା କୁହାଯାଏ । ଏହାକୁ ଆତ୍ମାର କାରକ ବୋଲି କୁହାଯାଉଛି । ଯେପରି ସୂର୍ଯ୍ୟ କିମ୍ୱା ଅନ୍ୟ ଗ୍ରହର ରାଶି ପରିବର୍ତ୍ତନରେ ସବୁ ରାଶିର ପ୍ରାଣୀଙ୍କ ଉପରେ ପ୍ରଭାବ ପଡିଥାଏ ସେହିପରି ସୂର୍ଯ୍ୟପରାଗର ପ୍ରଭାବ ମଧ୍ୟ ସବୁ ରାଶି ଉପରେ ପଡିଥାଏ ।

wp:html /wp:html

ଜ୍ୟୋତିର୍ବିଜ୍ଞାନ ଅନୁସାରେ, ସୂର୍ଯ୍ୟ-ଚନ୍ଦ୍ର-ପୃଥିବୀ ଯେତେବେଳେ ଗୋଟିଏ ସମାନ୍ତରାଳରେ ଆସନ୍ତି ସେତେବେଳେ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ । ସରଳ ଶବ୍ଦରେ କହିବାକୁ ଗଲେ ପୃଥିବୀର କିଛି ଅଂଶରେ ସୂର୍ଯ୍ୟ କିରଣ ପହଞ୍ଚିବାରେ ଚନ୍ଦ୍ର ବାଧକ ହୁଏ । ସୂର୍ଯ୍ୟପରାଗ ସବୁବେଳେ ଅମାବାସ୍ୟାରେ ପଡିଥାଏ ଏବଂ ଚନ୍ଦ୍ର ଗ୍ରହଣ ସବୁବେଳେ ପୂର୍ଣ୍ଣିମା ତୀଥିରେ ହୋଇଥାଏ ।    

wp:html /wp:html

ପରାଗ କାଳ ପରେ ଲୋକମାନେ ସ୍ନାନ କରି ନିଜକୁ ପବିତ୍ର କରିବା ଦରକାର । ଏହାସହ ଘରେ ଥିବା ଦେବାଦେବୀଙ୍କ ଉପରେ ଗଙ୍ଗାଜଳ ଛିଞ୍ଚି ସ୍ନାନ କରାଇବା ଦରକାର । ଯେଉଁମାନେ ପରାଗ ସମୟରେ ଅନ୍ନ-ଜଳ ନେଇନାହାନ୍ତି ସେମାନେ ପରାଗ ପରେ ଭୋଜନ କରିପାରିବେ । ପରାଗ କାଳ ପରାଗ ଆରମ୍ଭର ୧୨ ଘଣ୍ଟା ଏବଂ ପରାଗ ଶେଷର ୧୨ ଘଣ୍ଟା ଯାଏଁ ଧରାଯାଇଛି । ଏପରିସ୍ଥିତିରେ ପରାଗ କାଳ ଶେଷ ହେବା ପରେ ମନ୍ଦିରରେ ପୂଜା ହେବ । ତେବେ ଯେଉଁମାନେ ଜ୍ୟୋତିଷ କିମ୍ୱା ସନାତନ ପରମ୍ପରାରେ ଆସ୍ଥା ରଖନ୍ତି ନାହିଁ ସେମାନେକୁ କିଛି ବି ମାନିବାର ଆବଶ୍ୟକତା ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.