କ୍ରିକେଟକୁ ବାଏବାଏ କଲେ ପାର୍ଥିବ ପଟେଲ, ସମସ୍ତ ଫର୍ମାଟରୁ ନେଲେ ଅବସର

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ,୦୯/ ୧୨:   ଭାରତର ପୂର୍ବତନ ଓ୍ୱିକେଟ କିପର୍ ତଥା ବ୍ୟାଟସମ୍ୟାନ୍ ପାର୍ଥିବ ପଟେଲ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସେ କ୍ରିକେଟକୁ ବାଏବାଏ କରିଛନ୍ତି । ସେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।

୩୫ ବର୍ଷୀୟ ପାର୍ଥିବ ଭାରତ ପାଇଁ ୨୫ଟି ଟେଷ୍ଟ, ୩୮ଟି ଦିନିକିଆ ଓ ୨ଟି ଟି୨୦ ଖେଳିଛନ୍ତି । ଘରୋଇ କ୍ରିକେଟରେ ସେ ଗୁଜୁରାଟ ତରଫରୁ ୧୯୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି ।

ପାର୍ଥିବ ୨୦୦୨ରେ ଭାରତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ଏହାସହ ସେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିବା ସେତେବେଳେ ତାଙ୍କ ବୟସ ୧୭ ବର୍ଷ ୧୫୩ ଦିନ ହୋଇତିଲା । ସେ ଟେଷ୍ଟ କ୍ରିକେଟରେ ୩୧.୧୩ ଆବରେଜରେ ୯୩୪ ରନ୍ କରିଛନ୍ତି । ଦିନିକିଆରେ ୨୩.୭ ଆଭରେଜରେ ୭୩୬ ରନ୍ କରିଛନ୍ତି ପାର୍ଥିବ ।

wp:html /wp:html

ପାର୍ତିବଙ୍କ କ୍ୟାରିଅରର ଆରମ୍ଭ ଭଲ ହୋଇଥିଲା । କିନ୍ତୁ ଦିନେଶ କାର୍ତ୍ତିକ ଓ ମହେନ୍ଦ୍ର ସିଂ ଧୋନୀଙ୍କ ଅଭ୍ୟୁଦୟ ପରେ ସେ ଧିମା ପଡି ଯାଇଥିଲେ ।

ଅବସରକୁ ନେଇ ପାର୍ଥିବ ଟ୍ୱିଟରରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଧନ୍ୟବାଦ ଦେଇଛନ୍ତି । କାରଣ ତାଙ୍କ ନେତୃତ୍ୱରେ ପାର୍ଥିବ ପଦାର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.