ପାର୍ଥ ଚାଟାର୍ଜୀ ଏକ କନ୍ୟାସର ଥିଲେ, ତେଣୁ ତାଙ୍କୁ କାଟି ବାହାର କରିଦିଆଗଲା: ଟିଏମ୍‌ସି ନେତା

Published By : Prameya-News7 Bureau | August 19, 2022 IST

ନୂଆଦିଲ୍ଲୀ: ଦୁର୍ନୀତି କରି ଗିରଫ ହେବା ପରେ ବଦଳିଲା ଟିମ୍‌ସି ନେତାଙ୍କ କ ସ୍ୱର। ପାର୍ଥ ଚାଟାର୍ଜୀ ଦଳ ପାଇଁ କ୍ୟାନସର ଥିଲେ। ତାଙ୍କୁ ବାହାର କରିଦେବା ଉତିତ ଥିଲା ବୋଲି ଟିଏମ୍‌ସି ନେତା ପ୍ରବୀର ଶାହ କହିଛନ୍ତି। ନୂଆ ବେରାକପୁର ମ୍ୟୁନିସିପାଲଟିର ଚେୟାରମ୍ୟାନ୍ ଥିବା ପ୍ରବୀର ଏକ ଜନସଭାକୁ ସମ୍ବୋଧନ କରି ପାର୍ଥଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି।  

ଏନେଇ ପ୍ରବୀର କହିଛନ୍ତି ଯେ ପାର୍ଥ ଏକ କ୍ୟାନ୍‌ସର ଥିଲେ। ତେଣୁ ତାଙ୍କୁ ଶରୀରୁ କାଟି ଫିଙ୍ଗି ଦିଆଗଲା। ଯେବେ ବି ଶରୀରରେ କ୍ୟାନ୍‌ସର ହୋଇଥାଏ ତାକୁ ଶରୀରକୁ କାଢି ଫିଙ୍ଗିଦିଆଯାଏ। ପାର୍ଥ ଦୁର୍ନୀତିରେ ଲିପ୍ତ ରହିଥିବାରୁ ଦଳ ତାଙ୍କୁ କାଟି ଫିଙ୍ଗି ଦେଇଛି।

ସୂଚନା ଥାଉକି ପାର୍ଥ ଚାଟାର୍ଜୀ ଜୁଲାଇ ମାସରେ ଗିରଫ କରିଥିଲା ଇଡି। ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରିବା ଅଭିଯୋଗ ତାଙ୍କ ନାଁରେ ଆସିଥିଲା। ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟି ନଗଦ ଟଙ୍କା ଓ ସୁନା ଗହଣା ବାହାରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.