ଶୂଆ ବୋଲୁଛି ଗୋବିନ୍ଦ ଜୟ ଜୟ...ଗୋପାଲ ଜୟ ଜୟ, ସକାଳ ଓ ସନ୍ଧ୍ୟାରେ କରୁଛି ପ୍ରାର୍ଥନା: ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | August 29, 2022 IST

ଭଣ୍ଡାରିପୋଖରୀ ୨୯/୦୮: ଏବେ ବିଭିନ୍ନ ଜୀବଜନ୍ତୁଙ୍କର ଭିନ୍ନ ଭିନ୍ନ ପ୍ରକାର ହରକତର ଦୃଶ୍ୟ ଭାଇରାଲ ହେବାର ଲାଗିଛି । କିନ୍ତୁ ସ୍ଥାନୀୟ ଅଞ୍ଚଳର ଗୋଟେ ଶୁଆ ପକ୍ଷୀ କଳିଯୁଗର ମହାମନ୍ତ୍ର ଗାଉଛି । ମଣିଷ ଭଳି ସ୍ୱର କରି ‘ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେରାମ ହରେରାମ ରାମ ରାମ ହରେ ହରେ’ ଗାଇବା ସହିତ ଶ୍ରୀକୃଷ୍ଣଙ୍କ ଭଜନ ‘ଗୋବିନ୍ଦ ଜୟ ଜୟ ଗୋପାଲ ଜୟ’ ବି ଗାଉଛି ।

wp:html /wp:html

ଖାଲି ସେତିକ ନୁହଁ, ଓଡ଼ିଆ ଇଂରାଜୀ ଗଣନ ସଂଖ୍ୟା ଡାକିବା ସହିତ ଘରକୁ ଆସୁଥିବା ଆଗନ୍ତୁକମାନଙ୍କୁ ଜୟ ସୀତାରାମ କହି ସ୍ୱାଗତ କରୁଛି। ସବୁଠୁ ବଡ଼ କଥା, ସକାଳ ଓ ସନ୍ଧ୍ୟା ଘଣ୍ଟ ବାଜିଲେ, ପକ୍ଷୀଟି ଆପେ ଆପେ ପ୍ରାର୍ଥନା ମଧ୍ୟ ଗାଉଛି । ତେବେ ଏଭଳି ଏକ ବିରଳ ୧୨ ବର୍ଷ ବୟସର ଶୁଆ ପକ୍ଷୀଟିର ନାମ ହେଉଛି ମିଟୁନା । ଏହାକୁ ପାଳନ କରୁଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ନାଆମୀ ଗ୍ରାମ ବ୍ରାହ୍ମଣ ସାହିର ପ୍ରଦୀପ କୁମାର ପାଢ଼ୀଙ୍କ ପୁଅ ପ୍ରକାଶ ପାଢୀ ।

ସୂଚନା ଅନୁସାରେ, ୧୨ ବର୍ଷ ତଳେ ପ୍ରକାଶ ଏହାକୁ ଆଣିଥିଲେ । ସେତେବେଳେ ମିଟୁନାକୁ ମାତ୍ର ୧୫ ଦିନ ହୋଇଥିଲା । ସେହିଦିନରୁ ମିଟୁନା ପାଢ଼ୀ ପରିବାରର ସଦସ୍ୟ ପାଲଟି ଯାଇଥିଲା । ପ୍ରକାଶଙ୍କ ପିଉସୀ ବସନ୍ତ ମଞ୍ଜରୀ ପାଢ଼ୀ ମିଟୁନାର ଶିକ୍ଷକ ହୋଇଥିଲେ । ସକାଳ, ସଞ୍ଜ, ଆଉ ଭୋର ବେଳେ ସେ ତାକୁ ମହାମନ୍ତ୍ର, କୃଷ୍ଣ ଭଜନ, ସାଇ ଭଜନ, ନାମଜପ, ଗଣନ ସଂଖ୍ୟା ଶିଖାଇଲେ । ଫଳସ୍ୱରୂପ ଏବେ ମିଟୁନା ସୁରୁଖୁରୁରେ ଏସବୁ ଗାଇ ପାରୁଛି । ଏହି ବିରଳ ଶୁଆ ପକ୍ଷୀଟିର ନାନାଦି ସୁକୀର୍ତ୍ତି ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.