scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୧ ଦିନ ପାଇଁ ମିଳିଲା ପାରୋଲ, ପୁଣି ଜେଲ୍‌ରୁ ବାହାରକୁ ଆସିବ ଦୁଷ୍କର୍ମ ମାମଲାରେ ଦୋଷୀ ରାମ ରହିମ

20/11/2023 at 7:22 PM

ନୂଆଦିଲ୍ଲୀ: ପୁଣି ଜେଲ୍‌ରୁ ବାହାରକୁ ଆସୁଛି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ। ଏଥର ୨୧ ଦିନ ପାଇଁ ତାକୁ ପାରୋଲ ମିଳିଛି। ୨ ସାଧ୍ବିଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗୁରମିତ ସଜା କାଟୁଛି। ଏହା ପୂର୍ବରୁ ମଧ୍ୟ ଚଳିତ ବର୍ଷ ଜାନୁଆରୀରେ ଡେରା ମୁଖ୍ୟ ୪୦ ଦିନ ପାରୋଲରେ ଆସିଥିଲା। ଗତବର୍ଷ ଅକ୍ଟୋବରରେ ମଧ୍ୟରେ ୪୦ ଦିନ ପାଇଁ ଜେଲରୁ ବାହାରକୁ ଆସିଥିଲା।

ପୂର୍ବରୁ ଜାନୁଆରୀରେ ରାମ ରହିମଙ୍କୁ ୪୦ ଦିନ ପାରୋଲ ମିଳିବାକୁ ନେଇ ବିବାଦ ହୋଇଥିଲା। ଏହାକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଥିଲେ ଯେ, ପ୍ରକ୍ରିୟା ପାଳନ କରି ପାରୋଲ ନେବା ଡେରା ସଚ୍ଚା ସୌଦା ମୁଖ୍ୟରବି ଅଧିକାର ରହିଛି। ସୂଚନାଥାଉକି, ପାରୋଲରେ କୌଣସି ଦୋଷୀକୁ ଜେଲରୁ ଅସ୍ଥାୟୀ ଭାବରେ ମୁକ୍ତ କରାଯାଇଥାଏ। ଗୁରମିତ ରାମ ରହିବ ଏହି ୨୧ ଦିନର ପାରୋଲରେ ଉତ୍ତର ପ୍ରଦେଶର ବାଗପତରେ ଏକ ଆଶ୍ରମରେ ରହିବ।

ଆହୁରି ପଢ଼ନ୍ତୁ: ପାରୋଲ ଅବଧି ସରିବା ପରେ ଜେଲ୍‌କୁ ଫେରିଲା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ

ଜାନୁଆରୀରେ ମିଳିଥିବା ଏହି ପାରୋଲ ସମୟରେ ରାମ ରହିମର ଏକ ଭିଡିଓ ସାମ୍‌ନାକୁ ଆସିଥିଲା। ଯାହାକୁ ନେଇ ଖୁବ୍‌ ହଙ୍ଗାମା ହୋଇଥିଲା। ଏହି ଭିଡିଓ ରାମ ରହିମ ଖଣ୍ଡାରେ କେକ୍ କାଟି ଉତ୍ସବ ମନାଉଥିବା ଦେଖାଯାଇଥିଲା। ଏହା ପୂର୍ବରୁ ମଧ୍ୟ ପାରୋଲରେ ଆସି ଅନଲାଇନ ସତସଙ୍ଗ ଆୟୋଜିତ କରିଥିଲା। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ପ୍ରଶ୍ନ ଉଠାଇଥିଲେ। ଲୋକଙ୍କ କହିବା ଅନୁଯାୟୀ ଯେଉଁ ବ୍ୟକ୍ତି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି, ସେ ବାହାରକୁ ଆସି ସତସଙ୍ଗ କିଭଳି କରିପାରିବ।

   Related Posts