ନିୟମ ୨୬୭ ବନାମ ୧୭୬; ମଣିପୁର ହିଂସାକୁ ନେଇ କାହିଁକ ଅଚଳ ସଂସଦ ?

Published By : Prameya-News7 Bureau | July 25, 2023 IST

ନୂଆଦିଲ୍ଲୀ: ଜଳୁଛି ମଣିପୁର, ଜାରି ରହିଛି ହିଂସା । ସାମ୍ପ୍ରଦୟିକ ହିଂସାରେ ଏପର୍ଯ୍ୟନ୍ତ ୧୬୦ ଲୋକଙ୍କ ମୃତ୍ୟୁ ହେଲାଣି । ୫୦ ହଜାର ଲୋକ ବାସହରା ହୋଇଛନ୍ତି । ରିଲିଫ୍ କ୍ୟାମ୍ପରେ ଅଧିକାଂଶ ଲୋକ ଜୀବନ ବିତାଉଛନ୍ତି ।  ଜୁଲାଇ ୧୯ ତାରିଖରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ କୁକି ସମୁଦାୟର ତିନି ମହିଳାଙ୍କୁ ଭିଡ଼ ଭିତରେ ବିବସ୍ତ୍ର କରି ପ୍ୟାରେଡ୍ କରାଯାଇଥିଲା । ସେହିପରି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ମାମଲା ସମ୍ନାକୁ ଆସିବା ପରେ ୬ଜଣ ଗିରଫ ହୋଇଛନ୍ତି ।

wp:embed {"url":"https://www.prameyanews7.com/aap-mp-sanjay-singh-suspended-from-rajya-sabha-for-monsoon-session/","type":"wp-embed","providerNameSlug":"prameya-news-7"}
https://www.prameyanews7.com/aap-mp-sanjay-singh-suspended-from-rajya-sabha-for-monsoon-session/
/wp:embed

ଏହାକୁ ନେଇ ଏବେ ଦେଶ ଭିତରେ ଆକ୍ରୋଶ ନିଆଁ ଜଳୁଛି । ବିରୋଧୀ ଦଳ ମାନେ ସରକାରଙ୍କୁ ହମଲା କରିଛନ୍ତି । ୪ଦିନ ହେଲା ମୌସୁମୀ ଅଧିବେଶ ଚାଲପାରୁନାହିଁ । ବିରୋଧୀ ଏକ ଜିଦ୍ ପ୍ରଧାନମନ୍ତ୍ରୀ ଏହି ମାମଲାରେ ସଂସଦର ଉଭୟ ଗୃହରେ ଉତ୍ତର ରଖନ୍ତି । ଏହା ସହିତ ୨୬୭ ନିୟମ ଆଧାରରେ ଚର୍ଚ୍ଚା ହେଉ । ସେପଟେ କିନ୍ତୁ ସରକାର ୧୭୬ ଧାରାରେ ଆଲୋଚନା କରିବାକୁ ପ୍ରସ୍ତୁତି ରହିଛନ୍ତି । ଅନ୍ୟପଟେ ଏହି ମଣିପୁର ହିଂସା ମାମଲାରେ ଅପ୍ ସାଂସଦ ସଞ୍ଜୟ ସିଂହଙ୍କୁ ମୌସୁମୀ ଅଧିବେଶକରୁ ନିଲମ୍ବିତ କରାଯାଇଛି ।

କ’ଣ ଏହି ନିୟମ; ସମସ୍ତ ବିରୋଧୀ ଦଳ ଏକଜୁଟ୍ ହୋଇ ୨୬୭ ନିୟମ ଆଧାରରେ ମଣିପୁର ହିଂସା ଉପରେ ଚର୍ଚ୍ଚା କରିବାକୁ ରାଜ୍ୟସଭା ସଭାପତିଙ୍କୁ ଦାବି କରିଛନ୍ତି । ଏହି ନିୟମ ଆଧାରରେ ସୂଚୀବଦ୍ଧ ଏଜେଣ୍ଡାକୁ ବନ୍ଦ କରି ସାର୍ବଜନିକ ମହତ୍ବ ପାଇଁ ଜରୁରୀ ମୁଦ୍ଦା ଉପରେ ଗୋଟିଏ କାର୍ଯ୍ୟଦିବସ ଆଲୋଚନା ହୋଇଥାଏ ଏବଂ ଏହା ପରେ ଭୋଟିଂ ହୋଇଥାଏ । ୨୬୭ ନିୟମ ଆଧାରରେ ଗୋଟିଏ ଦିନ ମଣିପୁର ହିଂସା ଉପରେ ଚର୍ଚ୍ଚା କରିବାକୁ ଦାବି କରିଛନ୍ତି ବିରୋଧୀ।

wp:embed {"url":"https://www.prameyanews7.com/pm-modi-slam-opposition-said-indian-mujahideen-name-also-has-india/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pm-modi-slam-opposition-said-indian-mujahideen-name-also-has-india/
/wp:embed

ସେପଟେ କିନ୍ତୁ ଧାରା ୧୭୬ ଆଧାରରେ ଏହି ମାମଲାରେ ଛୋଟ ଚର୍ଚ୍ଚା ପାଇଁ ରାଜି ହୋଇଛନ୍ତି ସରକାର । ଏହା ସହିତ ପ୍ରଧାନମନ୍ତ୍ରୀ ନୁହେଁ ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମାମଲାର ପକ୍ଷରଖିବାକୁ କହିଛନ୍ତି । ଏହି ନିୟରେ ସର୍ବାଧିକ ୧୫୦ ମିନିଟ୍ ପର୍ଯ୍ୟନ୍ତ ଆଲୋଚନା ହୋଇପାରିବ ଏବଂ ଏଥିରେ ଭୋଟିଂ ବ୍ୟବସ୍ଥା ନାହିଁ । ହେଲେ ଏଥିରେ କିନ୍ତୁି ରାଜି ହୋଇନାହାନ୍ତି ବିରୋଧୀ ଦଳମାନେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.