ଉଷ୍ମ ହେବ ସଂସଦର ଶୀତକାଳୀନ ଅଧିବେଶନ ! ଆଲୋଚନା ଲାଗି ସର୍ବଦଳୀୟ ବୈଠକରେ ଦୀର୍ଘ ପ୍ରସ୍ତାବ ରଖିଲେ ବିରୋଧୀ

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ ୬।୧୨: ସଂସଦର ଶୀତକାଳୀନ ଅଧିବେଶନ ଲାଗି ମଙ୍ଗଳବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ବିଜେଡି ସମେତ ୩୧ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ। ଏଥିରେ ବିରୋଧୀ ଦଳମାନେ ମୂଲ୍ୟବୃଦ୍ଧି, ବେକାରୀ, ଚୀନ୍ ସୀମା ପରିସ୍ଥିତି, କଲେଜିୟମ ସମ୍ପର୍କିତ ପ୍ରସଙ୍ଗ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ସଂଘୀୟ ଢାଞ୍ଚା ବିଷୟ ତଥା ଆର୍ଥିକ ରୂପେ ଦୁର୍ବଳ ଲୋକଙ୍କ ସଂରକ୍ଷଣ ଉପରେ କୋର୍ଟଙ୍କ ରାୟ ଓ ସମ୍ପର୍କିତ ଅନ୍ୟ ପ୍ରସଙ୍ଗ ଉଠାଇବା ଓ ଏ ବାବଦେ ଚର୍ଚ୍ଚା କରିବା ଲାଗି ପର୍ଯ୍ୟାପ୍ତ ସମୟ ଦାବି କରିଛନ୍ତି।

ଏଥିରେ ସରକାର ବିରୋଧୀ ଦଳ ନେତାମାନଙ୍କୁ ଆଲୋଚନା ଲାଗି ପର୍ଯ୍ୟାପ୍ତ ସମୟ ଦେବାକୁ ଆଶ୍ୱାସନା ଦେଇଛନ୍ତି। ସରକାର କହିଛନ୍ତି ଯେ ନିୟମାନୁସାର ଲୋକସଭା ଅଧ୍ୟକ୍ଷ ଓ ରାଜ୍ୟସଭା ସଭାପତିଙ୍କ ଅନୁମତିରେ ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା ଚାହିଁବେ ସରକାର ଏଥିରେ ତାଙ୍କର ତର୍କ ରଖିବେ। ଏଥିରୁ ସଂସଦର ଆଗାମୀ ଶୀତ ଅଧିବେଶନ ବେଶ ହଙ୍ଗାମାଦାର ହେବ ବୋଲି ଆକଳନ କରାଯାଉଛି।

{"id":718062,"sizeSlug":"large","linkDestination":"none"}

ସର୍ବଦଳୀୟ ବୈଠକ ପରେ କଂଗ୍ରେସ ଦେଶରେ ଏପରି ଅନେକ ପ୍ରସଙ୍ଗ ରହିଛି ଯାହାକୁ ନେଇ ସଦନରେ ଚର୍ଚ୍ଚା ହେବା ଜରୁରୀ ବୋଲି କହିଛି। ଏଥିରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଦେଶରେ ଏବେ ପ୍ରସଙ୍ଗ ଭରି ରହିଥିବା ଓ ଏହା ଉପରେ ବିରୋଧୀ ଆଲୋଚନା ଚାହୁଁଥିବା କହିଛନ୍ତି। ଏଣୁ ସରକାର ଗୃହରେ ଏହି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ଲାଗି ସମୟ ଦେଇ କାର୍ଯ୍ୟକ୍ରମର ମାହୋଲ ତିଆରି କରିବା ଦରକାର ବୋଲି କହିଛନ୍ତି ।

ଚୌଧୁରୀ କହିଛନ୍ତି ଯେ ସଦନରେ ବିରୋଧୀ ସରକାରୀ ପ୍ରତିଷ୍ଠାନଙ୍କ କଥିତ ଦୂରୁପଯୋଗ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ସଂଘୀୟ ଢାଞ୍ଚା ଉପରେ ଆଘତ ସମ୍ପର୍କିତ ପ୍ରସଙ୍ଗ ଆମେ ଉଠାଇବୁ। ଏହା ଛଡା ସୀମାରେ ଚୀନକୁ ନେଇ ଯେଉଁ ପ୍ରଶ୍ନ ଛିଡା ହୋଇଛି ତାକୁ ନେଇ ମଧ୍ୟ ଆମେ ସଂସଦରେ ଆଲୋଚନା ଚାହୁଁଛୁ। ଏହା ଛଡା କାଶ୍ମୀରରୁ ହିନ୍ଦୁଙ୍କ ପଳାୟନ ପ୍ରସଙ୍ଗରେ ମଧ୍ୟ ଆମେ ସଂସଦରେ ଆଲୋଚନା  ଚାହୁଁଛୁ।ଉଲ୍ଲେଖଯୋଗ୍ୟ ଯେ ସଂସଦର ଶୀତ ଅଧିବେଶନ ଡିସେମ୍ବର ୭ ତାରିଖ ବୁଧବାର ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଏଧିବେଶନର ମୋଟ ୧୭ଟି କାର୍ଯ୍ୟ ଦିବସ ରହିବ। ସଂସଦର ଏହି ଅଧିବେଶନରେ ସରକାର ୧୬ଟି ବିଧେୟକ ଉପସ୍ଥାପନ କରିବେ ବୋଲି ପୂର୍ବରୁ ସୂଚୀ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.