ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ମଙ୍ଗଳବାରଠୁ ସଂସଦର ବଜେଟ ଅଧିବେଶନ, ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍

31/01/2023 at 7:44 AM

ନୂଆଦିଲ୍ଲୀ ୩୧।୦୧ : ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ ବଜେଟ୍ । କରୋନା ମହାମାରୀ ପରେ ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଏହି ବଜେଟ୍ ଅନେକ ଗୁରୁତ୍ବ ବହନ କରୁଛି । କଣ ହେବ ଏଥରର କେନ୍ଦ୍ରୀୟ ବଜେଟର ରୂପରେଖ ? ମୋଟ ବଜେଟର ପରିମାଣ ପୂର୍ବ ବର୍ଷ ତୁଳନାରେ କେତେ ରହିବ ? ମୁଖ୍ୟତଃ କେଉଁ କେଉଁ କ୍ଷେତ୍ରକୁ ଫୋକସରେ ରଖିବେ କେନ୍ଦ୍ର ସରକାର ? ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ବଜେଟକୁ ନେଇ ଆଶା ଅନେକ ରହିଛି । ଆଜିଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ରାଷ୍ଟ୍ରପତି ମିଳିତ ଗୃହକୁ ସମ୍ବୋଧନ କରିବେ ।
ଫେବ୍ରୁଆରୀ ୧ ରେ କେନ୍ଦ୍ରୀୟ ବଜେଟ୍ ହେବ ଉପସ୍ଥାପିତ । ବଜେଟରେ କେଉଁ ଦିଗକୁ ରହିବ ଫୋକସ ? କେଉଁ ଦିଗକୁ ସରକାର ପ୍ରାଥମିକତା ଦେବେ ? କେଉଁ କ୍ଷେତ୍ର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଆଣିବ ? ତାହା ଉପରେ ରହିଛି ସମସ୍ତଙ୍କ ନଜର । ଦରଦାମ ହ୍ରାସ, କଷ୍ଟ ଉପାର୍ଜିତ ଆୟ ଉପରେ ଟିକସ ରିହାତି, ଯୁବ ଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବୟସ୍କଙ୍କ ଲାଗି ସାମାଜିକ ସୁରକ୍ଷା, ଲୋକଙ୍କ ଆଶା ଓ ଅକାଂକ୍ଷ୍ୟା ପୂରଣ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସବୁ ଦିଗ ଉପରେ ଫୋକସ କରିପାରନ୍ତି ବୋଲି ସମୀକ୍ଷକ ଆଶା ରଖିଛନ୍ତି l ତେଣୁ ପ୍ରତି ଟ୍ୟାକ୍ସରେ କିଛି ରିହାତି ଦେବାକୁ ସରକାର ଯୋଜନା କରିପାରନ୍ତି।
ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ସବୁ ବର୍ଗ ଙ୍କୁ ସନ୍ତୁଷ୍ଟ କରିବା ଭଳି କେନ୍ଦ୍ର ସରକାର ବଜେଟ ଆଣିପାରନ୍ତି ବୋଲି ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି । ଏଥର ଚାଷୀ ମାନଙ୍କ ପାଇଁ ବଜେଟ ରେ ଅଧିକ ବ୍ୟୟ ବରାଦ କରିପାରନ୍ତି ନିର୍ମଳା, ଏପରିକି ଟିକସ ଆଦାୟ ବଢିଥିଲେ ମଧ୍ୟ ଋଣ ଭାର ମଧ୍ୟ ବଢିଛି । ତେଣୁ ଏହି ବଜେଟ ଋଣ ଭାରାକ୍ରାନ୍ତ ବଜେଟ ହେବ ବୋଲି କହିଛନ୍ତି l ବିଜେଡି ମଧ୍ୟ ବଜେଟ ରେ ଅନେକ ଆଶା ରଖିଛି lବିଜେପି କହିଛି ଚଳିତ ବର୍ଷ ବଜେଟ ସବୁ ବର୍ଗଙ୍କୁ ସୁହାଇଲା ଭଳି ହେବ l

   Related Posts