ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଡିସେମ୍ୱର ୭ରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ, ପୁରୁଣା ଭବନରେ ହେବାର ସମ୍ଭାବନା

11/11/2022 at 10:39 PM

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ୱର ସପ୍ତାହରେ ଆରମ୍ଭ ହୋଇପାରେ । ଶୀତକାଳୀନ ଅଧିବେଶନ ପୁରୁଣା ସଂସଦ ଭବନରେ ହେବାର ସମ୍ଭାବନା ଅଧିକ । ସୂତ୍ର ଅନୁସାରେ, ସଂସଦୀୟ ମାମଲାର କ୍ୟାବିନେଟ କମିଟି ତାରିଖ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବ । ତେବେ ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ୱର ୭ରୁ ୨୯ ଯାଏ ହେବାର ସମ୍ଭାବନା ରହିଛି ।

ନିକଟରେ କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ, ନୂତନ ସଂସଦ ଭାବରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ସରକାରଙ୍କ ଦାବି ଥିଲା ଏହି ପ୍ରକଳ୍ପ ନଭେମ୍ୱର ସୁଦ୍ଧା ଶେଷ ହେବ ଏବଂ ସଂସଦର ଶୀତକାଳୀନ ଅଧିବେଶନ ନୂଆ ସଂସଦ ଭବନରେ ହେବ । ତେବେ ସୂତ୍ର ଅନୁସାରେ, ସଂସଦର ଶୀତକାଳୀନ ଅଧିବେଶନ ପୁରୁଣା ଭବନରେ ହିଁ ହେବ।

ସଂସଦର ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ୱରର ତୃତୀୟ ସପ୍ତାହରେ ଆରମ୍ଭ ହୋଇଥାଏ ଏବଂ ୨୦ ଦିନ ଯାଏଁ ଚାଲିଥାଏ । କିନ୍ତୁ ୨୦୧୭ ଏବଂ ୨୦୧୮ରେ ଡିସେମ୍ୱରରେ ଏହାର ଆୟୋଜନ ହୋଇଥିଲା।  

   Related Posts