ଶୀତକାଳୀନ ଅଧିବେଶନରେ କେନ୍ଦ୍ରକୁ ଘେରିବା ପାଇଁ କଂଗ୍ରେସର ପ୍ରସ୍ତୁତି, ଏହି ପ୍ରସଙ୍ଗ ଉପରେ କରିଛି ଖାସ ରଣନୀତି

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: ଆସନ୍ତା ଶୀତକାଳୀନ ଅଧିବେଶନ ପାଇଁ କଂଗ୍ରେସ ଖାସ ରଣନୀତି ପ୍ରସ୍ତୁତ କରିଛି । ଅଧିବେଶନରେ ବାଧା ଦେବ ନାହିଁ ବୋଲି କଂଗ୍ରେସ ସ୍ଥିର କରିଛି । ଅଧିବେଶନ ସମୟରେ ଚୀନ ସୀମା ବିବାଦ, ନ୍ୟାୟପାଳିକା ଏବଂ ଦରବୃଦ୍ଧି ପରି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ପ୍ରସ୍ତୁତି କରିଛି । ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ । ପୁରୁଣା ସଂସଦ ଭବନରେ ଏହାର ଆୟୋଜନ ହେବ ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସଂସଦର ଶୀତକାଳୀନ ଅଧିବେଶନରେ କଂଗ୍ରେସ ତିନୋଟି ମୁଖ୍ୟ ପ୍ରସଙ୍ଗ ଉଠାଇବ । ଏଥିରେ ଭାରତ-ଚୀନ ସୀମା ବିବାଦ, ଦରବୃଦ୍ଧି ଏବଂ ଦେଶରେ ଅସାମ୍ୱିଧାନିକ ଏବଂ ମୁକ୍ତ ସଂସ୍ଥା ଗୁଡିକର କାମରେ ହସ୍ତକ୍ଷେପ ସାମିଲ ରହିଛି । ସେ କହିଛନ୍ତି ଯେ ଆଜିର ବୈଠକରେ ବେରୋଜଗାରୀ ପ୍ରସଙ୍ଗ, କୃଷକଙ୍କ ପାଇଁ ଏମଏସପି ଗ୍ୟାରେଣ୍ଟି, ମୂଲ୍ୟ ବୃଦ୍ଧି, ମୁଦ୍ରାସ୍ଫୀତି, ସାଇବର ଅପରାଧ, ନ୍ୟାୟପାଳିକା ଏବଂ କେନ୍ଦ୍ର ମଧ୍ୟରେ ବିବାଦ, ଟଙ୍କା ଦୁର୍ବଳ ହେବା, ବାୟୁ ପ୍ରଦୂଷଣ ସହ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।

ଜୟରାମ ରମେଶ କହିଛନ୍ତି, କଂଗ୍ରେସ ଜାତିଗତ ଗଣନା ପକ୍ଷରେ ଅଛନ୍ତି ଏବଂ ଏହାକୁ କରାଇବା ଜରୁରୀ । ଇଡବ୍ଲୁଏସ ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା, ଯେହେତୁ ସୁପ୍ରିମକୋର୍ଟଙ୍କ ତିନି ବିଚାରପତି ସଂଶୋଧନ ଉପରେ ସହମତ ହୋଇଛନ୍ତି ଅନ୍ୟ ଦୁଇ ଜଣ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି, କଂଗ୍ରେସ ଏହା ଉପରେ ପୁନର୍ବିଚାର କରିବାକୁ ଦାବି କରିବ ଏବଂ ସଂସଦରେ ବିତର୍କ କରିବାକୁ ଚାହିଁବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.