ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସଂସଦ ଅଧିବେଶନ, ଜାରି ହେଲା ବିଜ୍ଞପ୍ତି

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ, ୩୧।୦୮: କରୋନା ଭାଇରସ୍ ମହାସଙ୍କଟ ମଧ୍ୟରେ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ ।  ସେପ୍ଟେମ୍ଵର ୧୪ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସଂସଦର ଅଧିବେଶନ ଆୟୋଜନ ହେବ ।   ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ମୌସୁମି ଅଧିବେଶନରେ ୧୮ ଦିନ କାର୍ଯ୍ୟଦିବସ ରହିବ।

୧୯୫୨ ପରେ ଏମିତି ପ୍ରଥମ ଥର ହେବାକୁ ଯାଉଛି, ଯେଉଁଠି ରାଜ୍ୟସଭାର ୬୦ ସଦସ୍ୟ ଚାମ୍ବରରେ  ବସିବେ, ୫୧ ଜଣ ଗ୍ୟାଲେରୀରେ ଓ ବାକି ୧୩୨ ସଦସ୍ୟ ଲୋକସଭା ଚାମ୍ବରରେ ବସିବେ। ଏହି କାରଣରୁ ଦୁଇ ଗୃହର କାର୍ଯ୍ୟ ଅଲଗା ଅଲଗା ସମୟରେ ଚଳାଇବାକୁ ନିଷ୍ପତ୍ତି ହୋଇଛି।

ଲୋକସଭା ସଚିବାଳୟରେ ମଧ୍ୟ କିଛି ଏହି ପ୍ରକାରର ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଛି। ପ୍ରଥମ ଥର ଗୃହରେ ବଡ ଡିସପ୍ଲେ ସ୍କ୍ରିନ ଲଗାଯିବ। ଗ୍ୟାଲେରୀରେ ମଧ୍ୟ ସାଂସଦ ଗୃହ କାର୍ଯ୍ୟରେ ଭାଗ ନେଇ ପାରିବେ। ଗ୍ୟାଲେରୀ-ଚାମ୍ବରରେ ସାନିଟାଇଜେସନ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟସଭା ସଭାପତି ଏମ ଭେଙ୍କେୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଜୁଲାଇ ୧୭ରେ  ହୋଇଥିବା ବୈଠକରେ ସଂସଦର ଅଧିବେଶନ ପାଇଁ ଆଲୋଚନା  କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.