Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସଂସଦର ବିଶେଷ ଅଧିବେଶନ ଆରମ୍ଭ; ଦେଶବାସୀଙ୍କୁ ଉଦ୍‌ବୋଧନ ଦେଲେ ପ୍ରଧାନମନ୍ତ୍ରୀ

18/09/2023 at 11:49 AM

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହୋଇଯାଇଛି ବିଶେଷ ଅଧିବେଶନ । ଆଜି ଠାରୁ ୫ଦିନ ଯାଏଁ ଚାଲିବ ଅଧିବେଶନ । ୮ଟି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ମାରିପାରନ୍ତି । ହେଲେ ଏହା ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ପିଏମ୍ ମୋଦି କହିଛନ୍ତି, ଭାରତ ଚନ୍ଦ୍ରରେ ତ୍ରିରଙ୍ଗା ଉଡ଼ାଇଛି । ଶିବଶକ୍ତି ପାଏଣ୍ଟ ସହିତ ଚନ୍ଦ୍ରଯାନ-୩ ପ୍ରେରଣାର କେନ୍ଦ୍ର ପାଲଟିଛି । ସେହିପରି G-20 ସମ୍ମିଳନୀ ଆୟୋଜନରେ ଭାରତକୁ ବଡ଼ ସଫଳତା ମିଳିଛି । ଏହା ଦ୍ବାରା ଭାରତ ଦକ୍ଷିଣ ଏସିଆର ସ୍ବର ବନିଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ହେଉଛି ସଂସଦର ସବୁଠୁ ଛୋଟ ଅଧିବେଶନ । କିନ୍ତୁ ହିସାବକୁ ନିଆଗଲେ ଏହା ସର୍ବ ବୃହତ । ଚନ୍ଦ୍ରଯାନ-୩ ଆଧୁନିକତା ଓ ଟେକ୍ନୋଲୋଜି ଯୋଡ଼ାଯାଇଛି । ଏହା ଏବେ ଭାରତ ପାଇଁ ବଡ଼ ଅବସର ଆଣିଛି । ଅନ୍ୟପଟେ ସଂସଦର ବିଶେଷ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରୁଛନ୍ତି । ସେପଟେ ଗୃହ କାର୍ଯ୍ୟ ଆରମ୍ଭରୁ ହଙ୍ଗାମା କରିଛନ୍ତି ବିରୋଧୀ ।  

   Related Posts