ସଂସଦ ସୁରକ୍ଷା ଭଙ୍ଗ ଷଡ଼ଯନ୍ତ୍ର ମାମଲା; ଅଭିଯୁକ୍ତଙ୍କ ପୋଡ଼ା ମୋବାଇଲ୍ ଜବତ କଲା ପୋଲିସ୍

Published By : Prameya-News7 Bureau | December 18, 2023 IST

ନୂଆଦିଲ୍ଲୀ,୧୮/୧୨: ଲୋକସଭା ସୁରକ୍ଷା ଭଙ୍ଗ ଘଟଣାରେ ଦିଲ୍ଲୀ ପୋଲିସର ତଦନ୍ତ ଜାରି ରଖିଛି । ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ଠିକଣାରେ ପହଞ୍ଚି ପୋଲିସ ପ୍ରମାଣ ସଂଗ୍ରହ କରୁଛି । ଦିଲ୍ଲୀ ପୋଲିସ ରାଜସ୍ଥାନରେ ପହଞ୍ଚି ଅଭିଯୁକ୍ତଙ୍କର ମୋବାଇଲକୁ ଜବତ କରିଛି । ହେଲେ ସମସ୍ତ ମୋବାଇକୁ ପୋଡି ଦିଆଯାଇଛି । ମୁଖ୍ୟ ଅଭିଯୁକ୍ତ ଲଳିତ ମୋହନ ଝା ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏଗୁଡ଼ିକୁ ପୋଡ଼ି ନଷ୍ଟ କରିଦେଇଛି । ଏଥିରେ ଲଳିତକୁ ଅଭିଯୁକ୍ତ ମହେଶ କୁମାବତ୍‌ ସହଯୋଗ କରିଥିଲା ।

ଶନିବାର ମହେଶକୁ ରାଜସ୍ଥାନର ନଗୌରରୁ ଗିରଫ କରିଥିଲା ପୋଲିସ । ସୂଚନା ମୁତାବକ, ଘଟଣା ଦିନ ଲଳିତ ଝା ୪ ଅଭିଯୁକ୍ତଙ୍କୁ ସଂସଦ ପାଖରେ ଛାଡ଼ିଥିଲା । ଏହାପରେ ସଂସଦ ବାହାରେ ଘଟିଥିବା ଘଟଣାର ଦୃଶ୍ୟକୁ ମୋବାଇଲ୍‌ ଫୋନ୍‌ରେ ସୁଟ୍‌ କରି ଚମ୍ପଟ ମାରିଥିଲା । ତେବେ ପଳାୟନ ପୂର୍ବରୁ ସେ ସମସ୍ତ ଅଭିଯୁକ୍ତଙ୍କର ମୋବାଇଲ୍‌ ଫୋନ୍‌ଗୁଡ଼ିକୁ ନେଇଯାଇଥିଲା । ଶନିବାର ଦିଲ୍ଲୀ ପୁଲିସ ଅଭିଯୁକ୍ତମାନଙ୍କର ସଂସଦ ଭିତର ଓ ବାହାରର ଫୁଟେଜ୍‌ ସଂଗ୍ରହ କରିଥିଲା । ଷଷ୍ଠ ଅଭିଯୁକ୍ତ ମହେଶକୁ ଜେରା ପରେ ତା’ଠାରୁ ସତ ଖୁଲାସା ହୋଇଛି ।

ଲୋକସଭା ସୁରକ୍ଷା ଭଙ୍ଗ ଷଡ଼ଯନ୍ତ୍ରରେ ମହେଶ ବି ସାମିଲ ଥିଲା । ଘଟଣା ଦିନ ସେ ସଂସଦର ଆଉ ଏକ ଫାଟକ ପାଖରେ ମହଜୁଦ ରହିଥାନ୍ତା । କିନ୍ତୁ କୌଣସି କାରଣରୁ ସେ ପଳାୟନ କରିଥିଲା । ସେ ଗତ ଦୁଇବର୍ଷ ହେଲା ଅଭିଯୁକ୍ତମାନଙ୍କ ସହ ଯୋଗାଯୋଗରେ ରହିଥିଲା । ଏମିତି କି ଡିଲିଟ୍‌ ହୋଇଥିବା ‘ଭଗତ୍‌ ସିଂହ ଫ୍ୟାନ୍‌ କ୍ଲବ୍‌’ରେ ବି ସେ ଜଣେ ସକ୍ରିୟ ସଦସ୍ୟ ଥିଲା । ଅନ୍ୟପକ୍ଷରେ ପ୍ରମାଣ ନଷ୍ଟ ଅଭିଯୋଗରେ ଅଭିଯୁକ୍ତମାନଙ୍କ ବିରୋଧରେ ନୂଆ ମାମଲା ରୁଜୁ ହୋଇଛି। ସେମାନଙ୍କ ମୂଳ ମାମଲାରେ ଆହୁରି କିଛି ଆଇପିସି ଧାରା ବି ସାମିଲ କରାଯାଇପାରେ । ପୋଲିସ ଅଧିକାରୀଙ୍କ ମୁତାବକ, ବୈଷୟିକ ପ୍ରମାଣ ଲୁଚାଇବା ପାଇଁ ଝା ଏବଂ କୁମାୱତ ମିଶି ମୋବାଇଲ ଫୋନ୍‌କୁ ପୋଡ଼ିଦେଇଥିଲେ । ଘଟଣାରେ ଏ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କଲାଣି ।

wp:embed {"url":"https://www.prameyanews7.com/icmr-data-leak-four-held-to-steal-fbi-pakistan-cnic-information/","type":"wp-embed","providerNameSlug":"prameya-news-7"}
https://www.prameyanews7.com/icmr-data-leak-four-held-to-steal-fbi-pakistan-cnic-information/
/wp:embed

ଦିଲ୍ଲୀ ପୋଲିସ ରବିବାର ଲକ୍ଷ୍ନୌ ସ୍ଥିତ ସାଗର ଶର୍ମାର ଘରେ ପହଞ୍ଚି କିଛି ଲୋକଙ୍କୁ ଗୋପନ ଭାବେ ଜେରା କରିଛି । ତତ୍‌ସହିତ ମୋବାଇଲ୍‌ ଫୋନ୍‌ରେ ଭିଡିଓ କଲ୍‌ ଜରିଆରେ ବିଭିନ୍ନ ସାମଗ୍ରୀ ତଥ୍ୟ ସାଗରକୁ ପଚାରି ନେଇଛି । ଏହାପରେ ଆଲମବାଗରେ ଏକ ଜୋତା ଦୋକାନରେ ଚଢ଼ଉ କରିଥିଲା । ଏହି ଦୋକାନରୁ ସ୍ୱତନ୍ତ୍ର ଜୋତା ନେଇଥିଲେ ସାଗର ଏବଂ ମନୋରଞ୍ଜନ ।

wp:embed {"url":"https://www.prameyanews7.com/this-robot-made-a-world-record-completed-the-race-in-19-78-seconds/","type":"wp-embed","providerNameSlug":"prameya-news-7"}
https://www.prameyanews7.com/this-robot-made-a-world-record-completed-the-race-in-19-78-seconds/
/wp:embed

ଡିସେମ୍ବର ୧୩ରେ ଲୋକସଭାରେ ଶୂନ୍ୟକାଳ ଚାଲିଥିଲା ବେଳେ ସାଗର ଶର୍ମା ଏବଂ ମନୋରଞ୍ଜନ ଡି ଦର୍ଶକ ଗ୍ୟାଲେରିରୁ ଗୃହ ମଧ୍ୟକୁ ଅଚାନକ ଡେଇଁଥିଲେ । ଏହାପରେ ସେମାନେ ହଳଦିଆ ରଙ୍ଗର ଗ୍ୟାସ୍‌ କାନିଷ୍ଟରରୁ ଛାଡ଼ିଥିଲେ । ଠିକ୍‌ ଏହି ସମୟରେ ସଂସଦ ବାହାରେ ଅମୋଲ ସିନ୍ଦେ ଏବଂ ନୀଲମ ଯାଦବ କଲର୍‌ ସ୍ମୋକ୍‌ ଛାଡ଼ିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ଝା ଘଟଣାର ଭିଡିଓ ଉତ୍ତୋଳନ କରିଥିଲା । ଏହାପରେ ସେଠାରୁ ଚୁପ୍‌ଚାପ୍‌ ଚାଲିଯାଇଥିଲା । ପରେ ଝା ଏବଂ ମହେଶ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.