ସଂସଦର ସୁରକ୍ଷା ତ୍ରୁଟି ମାମଲା: ଥାନାରେ ଆତ୍ମସମର୍ପଣ କଲା ମାଷ୍ଟରମାଇଣ୍ଡ ଲଳିତ ଝା

Published By : Prameya-News7 Bureau | December 14, 2023 IST

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ମାମଲାରେ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ପୋଲିସର ସୂଚନାନୁସାରେ ଅଭିଯୁକ୍ତ ନିଜେ ପୋଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଛି। ପୋଲିସ ତାଙ୍କୁ ପଚରାଉଚରା କରୁଛି। ଘଟଣା ପରେ ଲଳିତ ଝା ଫେରାର ହୋଇଯାଇଥିଲା । ୪ ଜଣଙ୍କ ଫୋନ ନେଇ ଛୁ ହୋଇଯାଇଥିଲା ଲଳିତ ।

wp:heading {"level":4}

ଅଧିକ ପଢନ୍ତୁ- ମୋହନ ସରକାରଙ୍କ ବଡ଼ ଆକ୍ସନ, ବିଜେପି କାର୍ଯ୍ୟକର୍ତ୍ତାଙ୍କ ହାତ କଟିଥିବା ଅଭିଯୁକ୍ତ ଘରେ ବୁଲିଲା ବୁଲଡୋଜର

/wp:heading

ପୋଲିସ ସୂତ୍ରରୁ ପ୍ରକାଶ ଯେ ୫ ଅଭିଯୁକ୍ତଙ୍କ ନାମରେ ଏହି ଘଟଣା କରିବା ପରେ ଅଭିଯୁକ୍ତ ଲଲିତ ଝା ଓ ତାଙ୍କ ଏନଜିଓ ପାର୍ଟନରଙ୍କ ସହ ଜଡିତ ଏକ ଭିଡିଓ ପଠାଇଥିଲେ। ଏହାପୂର୍ବରୁ ପୋଲିସ ୪ ଅଭିଯୁକ୍ତଙ୍କୁ ଗୁରୁବାର ଦିଲ୍ଲୀ କୋର୍ଟରେ ହାଜର ହେବା ପରେ ୭ ଦିନିଆ ରିମାଣ୍ଡରେ ପଠାଯାଇଛି। ଚାରି ଅଭିଯୁକ୍ତ ନୀଲମ ଆଜାଦ, ଆମୋଲ, ସାଗର ଶର୍ମା ଏବଂ ମନୋରଂଜନ ଡିଙ୍କୁ ଗିରଫ କରିଛି।

ଲୋକସଭାରେ ପଶି ହାଇଡ୍ରାମା କରିବା ପଛରେ ବଡ଼ ନେଟଓ୍ବାର୍କ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇ ସେମାନଙ୍କୁ ମୁହାଁମୁହିଁ ପଚରାଉଚରା କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.