ନୂଆଦିଲ୍ଲୀ ୧।୬ : ଦେଶରେ ନବନିର୍ବାଚିତ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଚଳିତମାସ ୧୭ ତାରିଖରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟପାଳି ସରକାରର ଏହା ପ୍ରଥମ ଅଧିବେଶନ ହୋଇଥିବା ବେଳେ ଜୁଲାଇ ୫ ତାରିଖ ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ନିର୍ମଳା ଗୃହରେ ବାର୍ଷିକ ବଜେଟ ଉପସ୍ଥାପନ କରିବାକୁ ଥିବା ବେଳେ ଏହାର ପୂର୍ବ ଦିନ ଅର୍ଥାତ ଜୁଲାଇ ୪ତାରିଖରେ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବ। ମୋଦିଙ୍କ ପ୍ରଥମ ପାଳି ସରକାର ସମୟରୁ ପୃଥକ ରେଳ ବଜେଟ ପ୍ରଥା ଉଠାଇ ଦିଆଯାଇଛି । ଏଣୁ ସାଧାରଣ ବଜେଟ ସହ ରେଳ ବଜେଟ ମଧ୍ୟ ଉପସ୍ଥାପିତ ହେବ।
{"id":118543,"width":578,"height":396}ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଉତ୍ସବ ପରେ ଅନୁଷ୍ଠିତ ପ୍ରଥମ ବୈଠକରେ ସଂସଦ ଅଧିବେଶନ ପ୍ରସ୍ତାବ ମଧ୍ୟ ଉପସ୍ଥାପିତ ହୋଇଥିଲା। ନବଗଠିତ ମନ୍ତ୍ରୀମଣ୍ଡଳ ଜୁନ ୧୭ ତାରିଖରେ ପ୍ରସ୍ତାବିତ ଅଧିବେଶନକୁ ସ୍ବୀକୃତି ଦେଇଥିବା ବେଳେ ଏହା ୪୦ ଦିନିଆ ଅର୍ଥାତ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ବଜେଟ ଅଧିବେସନର ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୫ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବାର୍ଷିକ ବଜେଟ ଉପସ୍ଥାପନ କରିବେ।
{"id":118544}୪୦ ଦିବସୀୟ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ଅଧିବେଶନର ପ୍ରଥମ ୨ ଦିନ ନବ ନିର୍ବାଚିତ ସାଂସଦମାନଙ୍କୁ ଶପଥପାଠ କରାଯିବ। ଜୁନ ୨୦ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ସଦନକୁ ସମ୍ବୋଧିତ କରିବେ। ଯାହା ଉପରେ ପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ। ତେବେ ବଜେଟ ଅଧିବେଶନରେ ମୋଦିଙ୍କ ଦ୍ବିତୀୟ ପାଳି ସରକାରଙ୍କ ଶୁଳ୍କ ସ୍ଲାବ ଉପରେ ଦେଶବାସୀଙ୍କ ନଜର ରହିବ।
{"id":118545,"width":560,"height":280}ପ୍ରଚଳିତ ଶୁଳ୍କ ବ୍ୟବସ୍ଥାରେ ସେଭଳି କୌଣସି ପରିବର୍ତ୍ତନର ଏପର୍ଯ୍ୟନ୍ତ ଆଭାସ ଦେଇନାହାନ୍ତି କେନ୍ଦ୍ର ଅର୍ଥମନ୍ତ୍ରାଳୟ। ହେଲେ ଗତ ସରକାରଙ୍କ ଅନ୍ତରିଣ ବଜେଟରେ ତତ୍କାଳୀନ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ରେଳମନ୍ତ୍ରୀ ପିୟୁଷ ଗୋୟଲ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃତ୍ତିଧାରୀଙ୍କ ବାର୍ଷିକ ଆୟକୁ ଆୟକର ମୁକ୍ତ ଘୋଷଣା କରିଥିଲେ। ତେବେ ଆଗାମୀ ବଜେଟରେ ମଧ୍ୟ ବୃତ୍ତିଧାରୀଙ୍କୁ ଏହି ଶୁଳ୍କ ସୁବିଧା ମିଳିବ ବୋଲି ଆଶା କରାଯାଉଛି।