ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବଜେଟ୍‌ ୨୦୨୩; ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ ଏଲଓସିରୁ ଏଲଏସି ଦିଆଯାଉଛି ମୁହଁତୋଡ଼ ଜବାବ

31/01/2023 at 11:35 AM

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ । ମୋଦି ସରକାରଙ୍କ ଦ୍ବିତୀୟ ପାଳରେ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦରେ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଅଭିଭାଷଣ ।  

ବର୍ତ୍ତମାନ ଭାରତରେ ଏକ ସ୍ଥିର ଓ ନିର୍ଣ୍ଣାୟକ ସରକାର ଚାଲିଛି । ବିକାଶ ସହିତ ବଢ଼ୁଛି ସରକାର । ସବକା ସାଥ୍ ସବକା ବିକାଶରେ ଆଗେଇ ଚାଲିଛି ଦେଶ । ୨୦୪୭ ସୁଦ୍ଧା ବିକାଶର ଶୀର୍ଷରେ ପହଞ୍ଚିବ ଦେଶ। ବିଶ୍ବ ଅର୍ଥନୀତିରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ନରେନ୍ଦ୍ର ମୋଦିଙ୍କ ସରକାର ଆତଙ୍କବାଦୀଙ୍କୁ ଦୃଢ ଜବାବ ଦେଉଛି । ଏହି ସରକାର ଭଷ୍ଟ୍ରାଚାର ବିରୋଧୀ ବୋଲି ସଂସଦରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କହିଛନ୍ତି ।

ବଜେଟ ୨୦୨୩; ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦିଆଯାଉଛି

ବର୍ଷ ବର୍ଷ ଧରି ଚାଲିଆସୁଥିବା ଜାମ୍ମୁ-କାଶ୍ମୀର ସମସ୍ୟା ସମାଧାନ ହୋଇଛି । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବାରେ ସଫଳ ହୋଇଛନ୍ତି ସରକାର । ଏଲଓସିରୁ ଏଲଏସି ପର୍ଯ୍ୟନ୍ତ ସୀମାରେ ଶତ୍ରୁ ଦେଶକୁ କଡ଼ା ପ୍ରହାର ଦିଆଯାଉଛି । ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦିଆଯାଉଛି ବୋଲି ରାଷ୍ଟ୍ରପତି ସମ୍ବୋଧନରେ କହିଛନ୍ତି ।

ବଜେଟ ୨୦୨୩; ଟିକସ ସମସ୍ୟା ସମାଧାନ ହୋଇଛି

ଦେଶରେ GST ଲାଗୁ ହେବା ପରେ ଟିକସ ସମସ୍ୟା ସମାଧାନ ହୋଇଛି । ପୂର୍ବରୁ ଟିକସ ରିଫଣ୍ଡ ପାଇଁ ଲୋକଙ୍କୁ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ୁଥିଲା । ହେଲେ ଏବେ ITR ଭରିବାର ଦୁଇରୁ ତିନି ଦିନ ମଧ୍ୟରେ ରିଫଣ୍ଡ ମିଳିଯାଉଥିବା କହିଛନ୍ତି ରାଷ୍ଟ୍ରପତି ଦ୍ରୌପତୀ ମୁର୍ମୁ ।

ବଜେଟ ୨୦୨୩; ପାନୀୟ ଜଳ ଯୋଗାଇ ଦିଆଯାଇଛି

ଜଳ ମିଶନ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି ।  ୩ବର୍ଷରେ ପ୍ରାୟ ୧୧କୋଟି ଗରିବ ପରିବାରଙ୍କୁ ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି । ସେହିପରି ଆୟୁଷ୍ମାନ ଯୋଜନାରେ ଦେଶବାସୀ ଉପକୃତ ହେଉଛନ୍ତି । ଗରିବଙ୍କ ସ୍ବାସ୍ଥ୍ୟ କଲ୍ୟାଣ ପାଇଁ ସରକାର ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ରାଷ୍ଟ୍ରପତି କହିଛନ୍ତି ।

ବଜେଟ ୨୦୨୩, ନକଲି ହତାଧିକାରୀଙ୍କୁ ଚିହ୍ନଟ କରାଯାଇଛି

ଜନଧନ-ଆଧାର-ମୋବାଇଲରୁ ନକଲି ଗ୍ରାହକଙ୍କୁ ହଟାଯାଇଛି। ଆଧାର କାର୍ଡକୁ ରାସନ ଖାତା ସହିତ ଯୋଡ଼ି ଓ୍ବାନ ନେସନ ଓ୍ବାନ ରାସନ କାର୍ଡର ଏକ ସ୍ଥାୟୀ ତାଲିକା ପ୍ରସ୍ତୁତ କରିଛନ୍ତି ସରକାର । ଗତ କିଛି ବର୍ଷ ହେଲା ଡିବିଟି, ଡିଜିଟାଲ୍ ଇଣ୍ଡିଆ ଏବଂ ଏକ ସ୍ଥାୟୀ ପାରଦର୍ଶିତା ବ୍ୟବସାୟ ବ୍ୟବସ୍ଥା କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ବଜେଟ ୨୦୨୩; ମୋଦି ୨.୦ ଗରିବଙ୍କ ସରକାର

ଦେଶରେ ବର୍ତ୍ତମାନ ଗରିବ କଲ୍ୟାଣ ସରକାର ରହିଛି । ଗରିବଙ୍କ ହିତରେ ସଦାସର୍ବଦା ସରକାର ରହିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ପରିସ୍ଥିତି ଅନୁଯାୟୀ ଏହାକୁ ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସମ୍ବେଦନଶୀଳ ଓ ଗରିବଙ୍କ ସରକାରର ପରିଚୟ । ବର୍ଷ ବର୍ଷ ଧରି ଗରିବ କଲ୍ୟାଣ ଯୋଜନାରୁ ବଞ୍ଚତ ହୋଇ ଆସୁଥିବା ଗରିବ, ଦଳିତ, ପଛୁଆବର୍ଗ, ଆଦିବାସୀ ସମାଜର ସମସ୍ୟା ସମାଧାନ ପାଇଁ ପ୍ରଥମ ଥର ମୋଦି ସରକାର ସହାସ ଦେଖାଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।

ବଜେଟ ୨୦୨୩; କ୍ଷୁଦ୍ର ଚାଷୀଙ୍କୁ ରୋଜଗାର ବୃଦ୍ଧି ପାଇଁ ପ୍ରୟାସ

ମୋଦି ସରକାରଙ୍କ ପ୍ରଥମ ପ୍ରାଥମିକତା କ୍ଷୁଦ୍ର ଚାଷୀ । ଦେଶରେ ପ୍ରାୟ ୧୧କୋଟି କ୍ଷୁଦ୍ର ଚାଷୀଙ୍କୁ ପ୍ରାଥମିକତା ଦେଉଛନ୍ତି । ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ପାଇଁ ସରକାର ସବୁବେଳେ ପ୍ରୟାସ ଚଳାଇଛନ୍ତି । ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଚାଷୀ ସମ୍ବୃଦ୍ଧ କରିବାକୁ ଉଦ୍ୟମ ଚାଲିଛି ।

ବଜେଟ ୨୦୨୩; ବିଶ୍ବଗୁରୁ ପାଲଟିଛି ଭାରତ

ପୂର୍ବରୁ ଭାରତ ଅନ୍ତର୍ଜାତୀୟ ମାମଲାର ସମାଧାନ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲା । ହେଲେ ଏବେ କୁଟନୈତିକ ପ୍ରସଂଗରେ ଭାରତ ଉପରେ ବିଦେଶୀ ରାଷ୍ଟ୍ର ସମୂହ ନିର୍ଭର କରୁଛନ୍ତି । ସମସ୍ୟା ସମାଧାନରେ ବିଶ୍ବଗୁରୁ ପାଲଟିଛି ଭାରତ ଭୂଖଣ୍ଡ ।

ବୁଧବାର ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ପାରିତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟର ପ୍ରଥମ ପ୍ରର୍ଯ୍ୟାୟ ଆସନ୍ତା ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ  ମାର୍ଚ୍ଚ ୧୩ତାରିଖରୁ ଆରମ୍ଭ ହୋଇ ଅପ୍ରେଲ୍ ୬ତାରିଖରେ ଶେଷ ହେବ । ଚଳିତ ବଜେଟ୍‌ ଅଧିବେଶନରେ ୨୭ଟି ବୈଠକ ରହିଛି ।

 

   Related Posts