Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ରାହୁଲ ଗାନ୍ଧିଙ୍କ ଲଣ୍ଡନ ବୟାନକୁ ନେଇ ସଂସଦରେ ଝଡ଼, କଂଗ୍ରେସ କହିଲା –ତେବେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ମାଗିବାକୁ ପଡିବ କ୍ଷମା

14/03/2023 at 6:51 PM

ନୂଆଦିଲ୍ଲୀ ୧୪।୩: ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ପ୍ରଥମ ଦିନ ହୋ ହଲ୍ଲା ଓ ହଟ୍ଟଗୋଳର ବଳି ପଡିଥିଲା। ମଙ୍ଗଳବାର ଦ୍ୱିତୀୟ ଦିନ ମଧ୍ୟ ସଂସଦ ଚାଲି ପାରି ନାହିଁ। ରାହୁଲ ଗାନ୍ଧିଙ୍କ ଲଣ୍ଡନ ବୟାନ ନେଇ ସଂସଦରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଛି। ଏନଡିଏର ନେତୃତ୍ୱ କରୁଥିବା ବିଜେପି ରାହୁଲଙ୍କୁ ଗୃହ ଭିତରେ ଓ ବାହାରେ ବିରୋଧ କରୁଛି। 

ଏଥିରେ ବିରୋଧୀ କଂଗ୍ରେସ ମଧ୍ୟ ନଛୋଡ ବନ୍ଧା। କଂଗ୍ରେସ ମଙ୍ଗଳବାର ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ କାଳରେ ଦେଇଥିବା ବୟାନ ଲାଗି ସରକାର ଓ କ୍ଷମତାସୀନ ଦଳଙ୍କୁ ଘେରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ବିଦେଶ ବୟାନ ଲାଗି କ୍ଷମାଯାଚନା କରିବା ଦରକାର ବୋଲି କଂଗ୍ରେସ ଗୃହରେ ଦାବି କରିଛି।

ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧିଙ୍କ ଲଣ୍ଡନ ବୟାନ ଲାଗି ହଟ୍ଟଗୋଳ ଯୋଗୁ ସଂସଦର ଉଭୟ ସଦନକୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ଅପରାହ୍ନ ୨ଟାରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ସହ ବିଜେପି ସଦନରେ ହଟ୍ଟଗୋଳ ଜାରି ରଖିଥିଲା। ସେହିପରି ରାଜ୍ୟସଭାରେ ସଦନର ନେତା ପିୟୁଷ ଗୋୟଲ ପୁଣି ଥରେ ରାହୁଲ ଗାନ୍ଧିଙ୍କ ଲଣ୍ଡନ ବୟାନ ପ୍ରସଙ୍ଗ ଉତଥାପନ କରିଥିଲେ। ରାହୁଲ ଗାନ୍ଧିଙ୍କୁ ଏଥିଲାଗି ସଦନ ଓ ଦେଶକୁ କ୍ଷମା ମାଗିବାକୁ ହେବ ବୋଲି ଗୋୟଲ କହିଥିଲେ। ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗୃହରେ ଗୋୟଲଙ୍କୁ ସମର୍ଥନ କରିଥିଲେ। ଏଥିରେ କଂଗ୍ରେସ ସାଂସଦମାନେ ଶାସକ ଦଳ ଉପରେ ପ୍ରତିଆକ୍ରମଣ କରିଥିଲେ।

କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଯଦି ବିଜେପି ପ୍ରସଙ୍ଗରେ ଚର୍ଚ୍ଚା ଚାହୁଁଛି ତେବେ ଚୀନ୍ ଓ କୋରିଆ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବୟାନ ଦେଇଥିଲେ ତା ଉପରେ ମଧ୍ୟ ଚର୍ଚ୍ଚା ହେଉ ବୋଲି ଦାବି କରିଥିଲେ।  ଏଥି ପାଇଁ ତାଙ୍କୁ ମଧ୍ୟ କ୍ଷମା ମାଗିବାକୁ ପଡିବ ବୋଲି କହିଥିଲେ। ଏଥିରେ କଂଗ୍ରେସ ସାଂସଦ ଶକ୍ତି ସିଂହ ଗୋହିଲ ରାଜ୍ୟସଭାରେ ସଦନର ନେତା ପିୟୁଷ ଗୋୟଲଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦେଇଥିଲେ।

ସେ କହିଥିଲେ ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ବିଦେଶରେ ହିନ୍ଦୁସ୍ତାନରେ ଜନ୍ମ ନେବା ଦୁର୍ଭାଗ୍ୟଜନକ କୁହାଯାଉଥିଲା ବୋଲି କହିଥିଲେ ତାହା କ’ଣ ଦେଶ ଲାଗି ଅପମାନଜନକ ନଥିଲା କି?ତାଙ୍କୁ ମଧ୍ୟ ଏହି ବୟାନ ଲାଗି କ୍ଷମାଯାଚନା କରିବାକୁ ପଡିବ ବୋଲି ଶକ୍ତି ସିଂହ ଗୋହିଲ ଗୃହରେ ଦାବି କରିଥିଲେ। କେବଳ ରାଜ୍ୟସଭା ନୁହେଁ ଲୋକସଭାରେ ମଧ୍ୟ ସେହି ଭଳି ପରିସ୍ଥିତି ଉପୁଜିଥିଲା। ବିରୋଧୀ ଦଳ ସାଂସଦମାନେ ଲୋକସଭାରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ।

ଏଥିରେ ଲୋକସଭା ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରିବା ସହ ଏହା ଭଲ ପରମ୍ପରା ନୁହେଁ ବୋଲି କହିଥିଲେ। ସେ ସଦନର ଗାରିମା ବଜାୟ ରଖିବା ପାଇଁ ସଦସ୍ୟମାନଙ୍କୁ ନିବେଦନ କରିବା ସହ ପ୍ରଶ୍ନ କାଳ ଚଳାଇ ରଖିବାକୁ ଉଦ୍ୟମ କରିଥିଲେ। ତେବେ ଗୃହରେ ହୋ ହଲ୍ଲା ନ ଥମିବାରୁ ଗୃହ କାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଦେଇଥିଲେ। ୨ଟା ପରେ ଆରମ୍ଭ ହୋଇଥିବା ଗୃହ କାର୍ଯ୍ୟ ମଧ୍ୟ ହଟ୍ଟଗୋଳ ଯୋଗୁ ଚଳି ପାରିନଥିଲା। ଏଣୁ ଗୃହକୁ ବୁଧବାର ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ହୋଇଯାଇଛି।

   Related Posts