ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ…କେଉଁ ପଦକ ଅଧିକ ଭାରୀ ?

Published By : Prameya-News7 Bureau | July 28, 2024 IST

ନୂଆଦିଲ୍ଲୀ ୨୮।୦୭: ଆରମ୍ଭ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ । ଏଥିରେ ଅଂଶଗ୍ରହଣ କରିଛନ୍ତି ଦେଶ ବିଦେଶର ଅନେକ ଆଥଲେଟ୍ । ଯେଉଁ ଖେଳାଳୀ ଜିତିବେ ସେମାନଙ୍କୁ ପଦକ ଦେଇ କରାଯିବ ସମ୍ମାନିତ । ବିଜେତାମାନଙ୍କୁ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥାଏ । ଏବେ ପ୍ରଶ୍ନ ଉଠୁଛି କେଉଁ ପଦକ ସବୁଠାରୁ ଭାରୀ ?  ଆସନ୍ତୁ ଜାଣିବା… 

ପଦକର ଆକାର ପରି ଓଜନ ମଧ୍ୟ ପ୍ରତିବର୍ଷ ପରିବର୍ତ୍ତନ ହୋଇଥାଏ । ଯେପରି ୨୦୨୦ରେ ଟୋକିଓ ସମର ଅଲିମ୍ପିକ୍ସ ସମୟରେ ସ୍ୱର୍ଣ୍ଣ ପଦକର ଓଜନ ୫୫୬ ଗ୍ରାମ, ରୌପ୍ୟ ପଦକର ଓଜନ ୫୫୦ ଗ୍ରାମ ଥିବାବେଳେ ବ୍ରୋଞ୍ଜ ପଦକର ଓଜନ ରହିଥିଲା ୪୫୦ ଗ୍ରାମ୍ । ବର୍ତ୍ତମାନ ଅଲିମ୍ପିକ୍ସରେ ପଦକଗୁଡ଼ିକର ଓଜନ ୫୦୦ରୁ ୮୦୦ ଗ୍ରାମ ରହୁଛି । ଏହା ୧୭.୬୪ରୁ ୨୮.୨୨ ଆଉନ୍ସ ସହିତ ସମାନ । 

ତେବେ ଗ୍ରୀଷ୍ମ ଏବଂ ଶୀତକାଳୀନ ଅଲିମ୍ପିକ୍ ଗେମ୍ସରେ ଭିନ୍ନ ଭିନ୍ନ କ୍ରୀଡା ଆୟୋଜିତ ହୋଇଥାଏ ଏବଂ ବିଭିନ୍ନ ଆଥଲେଟ୍ସମାନେ ଏଥିରେ ଅଂଶଗ୍ରହଣ କରନ୍ତି । ପଦକ କ୍ଷେତ୍ରରେ ମଧ୍ୟ ସେମାନେ ଭିନ୍ନ ଭିନ୍ନ ଅଟନ୍ତି । ଉଦାହରଣ ସ୍ୱରୂପ ଶୀତକାଳୀନ କ୍ରୀଡ଼ାର ପଦକ ସାଧାରଣତଃ ଗ୍ରୀଷ୍ମକାଳୀନ ଖେଳ ତୁଳନାରେ ମୋଟା, ବଡ଼ ଏବଂ ଭାରୀ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.