ସବୁଠାରୁ ମହଙ୍ଗା ବିବାହ; ଖର୍ଚ୍ଚ ହୋଇଛି ୫୦୦କୋଟି, ଦେଖିଲେ ହୋଇଯିବେ ତାଜୁବ୍…

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ ୩୦।୧୧; ଆରମ୍ଭ ହୋଇଛି ବିବାହ ଋତୁ । ସମସ୍ତେ ନିଜ ବିବାହକୁ ନେଇ ରହିଥାଆନ୍ତି ଖୁବ୍ ଉତ୍ସାହିତ । ନିଜ ଓ୍ବେଡିଂକୁ ସ୍ପେଶାଲ୍‌ କରିବା ପାଇଁ ଆପଣାଇଥାନ୍ତି ଭିନ୍ନ ଉପାୟ । ନିଜର ସ୍ପେଶାଲ୍‌ ଦିନକୁ ମନେ ରଖିବା ପାଇଁ କିଏ ଲକ୍ଷ ଲକ୍ଷ ଖର୍ଚ୍ଚ କରନ୍ତି ତ ଆଉ କିଏ କୋଟି କୋଟି ଟଙ୍କା। ଆଉ ଖାସ୍ କରି ଏହି କାରଣରୁ ହିଁ ଗ୍ରାଣ୍ଡ ଓ୍ବିଡିଂ ଆସିଥାଏ ଚର୍ଚ୍ଚାକୁ ।

{"id":876718,"sizeSlug":"large","linkDestination":"none"}

ଏବେ ଏକ ଗ୍ରାଣ୍ଡ ଓ୍ବେଡିଂକୁ ନେଇ ବେଶ୍ ଆଲୋଚନା । ଏହାକୁ ଦେଖିଲେ କାହାର ବି ଆଖି ଲାଖିଯିବ । ବିବାହଟି ପୁରା ସ୍ବପ୍ନ ରାଇଜ ପରି ହୋଇଛି । ବଡ ବଡ ମହଲ, ରଙ୍ଗିନ୍‌ ଫୁଲ୍‌, ତା ସହ ପୁଣି ଆଲୋକମାଳା । କୌଣସି ପରୀ ରାଇଜଠାରୁ କମ୍ ନୁହେଁ ।ଏହି  ବିବାହରେ ଖର୍ଚ୍ଚ କରିଛନ୍ତି ଶହ ଶହ କୋଟି ଟଙ୍କା । ଏହି ବିବାହକୁ ସବୁଠାରୁ ଦାମୀ ବିବାହ ବୋଲି କୁହାଯାଉଛି । 

{"id":876719,"width":839,"height":470,"sizeSlug":"full","linkDestination":"none"}

ଏହି ଗ୍ରାଣ୍ଡ ବିବାହଟି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ହୋଇଛି । ଯାହା ଏବେ ପାଲଟିଛି ଚର୍ଚ୍ଚାର ବିଷୟ । ଯୁବତୀ ନିଜ ବିବାହରେ ୧୦ କି ୨୦ ଲକ୍ଷ ନୁହେଁ ବରଂ ଖର୍ଚ୍ଚ କରିଛନ୍ତି ୫୦୦କୋଟି ଟଙ୍କା । ଏହି ବିବାହ ୧୮ ନଭେମ୍ବରରେ ହୋଇଥିଲା । ଯାହାର ଭିଡିଓ ଏବେ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ତେବେ ବିବାହକୁ ଶତାବ୍ଦୀର ସବୁଠାରୁ ବଡ ବିବାହ ବୋଲି କୁହାଯାଉଛି ।

wp:html
/wp:html

ଏହି ଦମ୍ପତିଙ୍କ ନାଁ ହେଉଛି ମ୍ୟାଡଲାଇନ୍ ବ୍ରୋକୱେ ଏବଂ ଜ୍ୟାକବ ଲାଗ୍ରୋନ୍ । ବିବାହ କରିଥିବା ୨୬ ବର୍ଷିୟ ଯୁବତୀ ହେଉଛନ୍ତି ଆମେରିକାର ଟେକ୍ସାସର ବାସିନ୍ଦା ।  ମ୍ୟାଡଲାଇନ୍ ବ୍ରୋକୱେ ହେଉଛନ୍ତି 'ବବ୍' ବ୍ରୋକୱେଙ୍କ ଝିଅ । 'ବବ୍' ହେଉଛନ୍ତି ଫ୍ଲୋରିଡାର ମର୍ସିଡିଜ୍-ବେଞ୍ଜ୍ ଡିଲରସିପ୍ ସହ ଜଡିତ ବିଲ୍ ଉସେରୀ ମୋଟର୍ସ୍ର ସିଇଓ ।  ସେ ନିକଟ ଅତୀତରେ ୨ଟି ସ୍ଥାନ ବିକ୍ରି କରିବାକୁ ନେଇ ଆସିଥିଲେ ଖୁବ୍‌ ଚର୍ଚ୍ଚାରେ ।

{"id":876720,"width":839,"height":470,"sizeSlug":"full","linkDestination":"none"}

 ଯେଉଁଥିରେ ଗୋଟିଏ ସ୍ଥାନରୁ ୧୫୦ ମିଲିୟନ ଡଲାର୍ ଏବଂ ଅନ୍ୟଟି ୭୦୦ ମିଲିୟନ୍‌ ଡଲାରର ଲାଭ ମିଳିଥିଲା । ବିବାହର ପ୍ରତ୍ୟେକ ଇଭେଣ୍ଟ ଧୁମ୍‌ଧାମ୍‌ରେ କରାଯାଇଥିଲା । ପ୍ୟାଲେସ୍‌ ଗାର୍ନିୟରରେ ଏକ ରିହର୍ସାଲ୍ ଡିନର୍‌, ଭର୍ସେଲ୍ ପ୍ୟାଲେସରେ ରହିବା, ଚ୍ୟାନେଲରେ ମଧ୍ୟାହ୍ନ ଭୋଜନ ଏବଂ ଉଟାହର ବିଳାସପୂର୍ଣ୍ଣ ରିସର୍ଟ ଆମାଙ୍ଗିରିରେ ବ୍ୟାଚେଲୋରେଟ୍ ସପ୍ତାହ ପାଳନ କରାଯାଇଥିଲା ।

{"id":876721,"sizeSlug":"full","linkDestination":"none"}

ତେବେ ବିବାହର ପ୍ରକୃତ ସ୍ଥାନ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କିନ୍ତୁ ଏହାର ଭିଡିଓ ଦେଖି ଲାଗୁଛି ଯେ ଏହା ଆଇଫେଲ୍ ଟାୱାରର ନୂଆ ବଗିଚାରେ ହୋଇଛି । ତେବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରେ ଅନେକ ୟୁଜର୍ସ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି  'ପରଫେକ୍ଟସନ୍ । କୌଣସି ଏକ ଆର୍ଟ ପରି ଏଥିରେ ସୁନ୍ଦର କାମ କରାଯାଇଛି ।  ଫଟୋ ଗୁଡିକ କୌଣସି ଏକ ସୁନ୍ଦର ପେଣ୍ଟିଂରେ ପରି ଲାଗୁଛି ।  ଆଉ ଜଣେ ୟୁଜର୍ସ କରିଛନ୍ତି  ଫୁଲ ଡିଜାଇନ୍କୁ ଏକ ନୂଆ ଡିଜାଇନ୍ କରାଯାଇଛି । ଏହା କେତେ ସୁନ୍ଦର ତାହା ଭୁଲି ହେବନି ।

You Can Read:

wp:embed {"url":"https://www.prameyanews7.com/man-keeps-rock-for-years-thinking-its-gold-turned-out-more-valuable-rare-meteorite/","type":"wp-embed","providerNameSlug":"prameya-news-7"}
https://www.prameyanews7.com/man-keeps-rock-for-years-thinking-its-gold-turned-out-more-valuable-rare-meteorite/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.