ପରିଣୀତିଙ୍କୁ ଇଣ୍ଡଷ୍ଟ୍ରିରେ ମିଳୁନି ସୁଯୋଗ, କହିଲେ-ମୁଁ କାହା ସହ ସମ୍ପର୍କ ଯୋଡିପାରେ ନାହିଁ…

Published By : Prameya-News7 Bureau | April 21, 2024 IST

ଫିଲ୍ମ ‘ଅମର ସିଂହ ଚମ୍‌କିଲା’ରେ ଚମତ୍କାର ଅଭିନୟ କରିଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା । ଏ ଫିଲ୍ମରେ  ଅମରଜୋତ ଚରିତ୍ରରେ ସେ ଯେଉଁଭଳି ନିଖୁଣ ଅଭିନୟ କରିଛନ୍ତି, ତା’ର ପ୍ରଶଂସା ସଭିଙ୍କ ମୁହଁରେ ।  ଏପ୍ରିଲ ୧୨ରେ ଏ ଫିଲ୍ମଟି ଓଟିଟିରେ ମୁକ୍ତିଲାଭ କରିଥିଲା । ଏହା ସତ୍ତେ୍ୱ ପରିଣୀତିଙ୍କ ହାତରେ ବର୍ତ୍ତମାନ ବିଶେଷ କାମ ନାହିଁ । ପରିଣୀତି କହନ୍ତି, ସେ ପାର୍ଟି ଫଙ୍କସନ୍‌ ଯାଆନ୍ତି ନାହିଁ । ଲୋକଙ୍କ ସହିତ ସମ୍ପର୍କ  ଯୋଡ଼ିବା ମଧ୍ୟ ତାଙ୍କ ଦ୍ୱାରା ହୁଏ ନାହିଁ । ଏକ ସାକ୍ଷାତକାରରେ ପରିଣୀତି କହିଛନ୍ତି, ‘ଅମର ସିଂହ  ଚମ୍‌କିଲା’ ଫିଲ୍ମ ଉପରେ ତାଙ୍କର ବିଶେଷ ଭରସା ନଥିଲା । କାରଣ ଏ ଫିଲ୍ମର କାହାଣୀ ଥିଲା ପୁରୁଷକୈନ୍ଦ୍ରିକ। 

ଏଭଳି ଏକ ଫିଲ୍ମରେ ଜଣେ ଅଭିନେତ୍ରୀଙ୍କୁ ସିନେପ୍ରେମୀ ଏତେ ଗୁରୁତ୍ୱ  ଦେବେ ନାହିଁ ବୋଲି ଭାବୁଥିଲେ ସେ । ପରିଣୀତି ଆହୁରି କହିଥିଲେ ଯେ, ଏ ଫିଲ୍ମରୁ ମିଳିଥିବା ଦର୍ଶକୀୟ ଆଦୃତି ଆଗକୁ ତାଙ୍କ କ୍ୟାରିୟରକୁ ନୂଆମୋଡ଼ ଦେବ ଓ ତାଙ୍କ  ହାତକୁ ଅଧିକରୁ ଅଧିକ ଫିଲ୍ମ ଆସିବ ବୋଲି ଆଶା । ଫିଲ୍ମରେ କାମ କରିବା ପାଇଁ ନିର୍ଦ୍ଦେଶକମାନେ ମୋତେ ପୁଣି ଥରେ କଲ୍‌ କରିବା ଆରମ୍ଭ କରିବେ । କିଛି  ଗଣମାଧ୍ୟମ ପ୍ରତିନିଧି ପରିଣୀତିଙ୍କୁ ଏହା ମଧ୍ୟ ପ୍ରଶ୍ନ କରିଥିଲେ ଯେ କେଉଁ ଭୁଲ୍‌ ଯୋଗୁଁ   ସେ ଫିଲ୍ମ ପାଉନାହାନ୍ତି ସେ ବାବଦରେ କେବେ ଭାବିଛନ୍ତି କି? 

ଜବାବରେ ପରିଣୀତି  କହିଥିଲେ ଯେ କେଉଁଠି ଭୁଲ ରହିଲା ସେ ଜାଣନ୍ତିନି । ତାଙ୍କୁ ଲାଗୁଛି ଯେ ସେ ସେଇ  ଚେହେରା, ସେଇ ଆକ୍ଟ୍ରେସ ଓ ସେଇ ଟ୍ୟାଲେଣ୍ଟ । ତଥାପି ତାଙ୍କ ହାତରେ କାମ  ନାହିଁ । ମନେହେଉଛି ସେ ଯେମିତି ଲୋକଙ୍କଠାରୁ ଭୁଲ୍‌ ପରାମର୍ଶ   ନେଉଥିଲେ । ତାଙ୍କର ଲୋକସମ୍ପର୍କ ଏତେ ଭୁଲ ନୁହେଁ  ଏବଂ ଏ କ୍ଷେତ୍ରରେ ସେ ବେଶ୍‌ ପଛରେ ବୋଲି ବି  ସ୍ୱୀକାର କରିଥିଲେ ପରିଣୀତି । ନୂଆ କାମ ଆରମ୍ଭ  ପାଇଁ ପାର୍ଟି ଫଙ୍କସନ୍‌ ଆୟୋଜିତ ହୁଏ । କିନ୍ତୁ ସେ  କେବେ ଏଭଳି ସ୍ଥାନକୁ ଯାଆନ୍ତି ନାହିଁ । କାରଣ  ସେ ପରିବାରକୁ ସମୟ ଦେବାକୁ ଚାହାନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.