Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପରିଣୀତି-ରାଘବ ଫାଇନାଲ କଲେ ୱେଡି ଭେନ୍ୟୁ, ଉଦୟପୁରର ଏହି ସ୍ଥାନରେ ନେବେ ସାତ ଫେରା

10/06/2023 at 2:09 PM

ମୁମ୍ଵାଇ ୧୦।୦୬: ପରିଣୀତି ଚୋପ୍ରା ଏବଂ ରାଘବ ଚଢା। ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେମାନେ ସେମାନଙ୍କର ବିବାହର ଡେଷ୍ଟିନେସନ ମଧ୍ୟ ସ୍ଥିର କରି ଦେଇଛନ୍ତି। ସେମାନେ ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଉଭୟ ବିବାହ ବାନ୍ଧନରେ ବାନ୍ଧି ହେବେ।  ଏଥିପାଇଁ ସେମାନେ ନିଜ ଭେନ୍ୟୁ ବି ସ୍ଥିର କରିଛନ୍ତି।

Parineeti-Raghav Wedding Venue: The couple can tie the knot in this royal  hotel in Rajasthan, know the details!

ନିକଟରେ ରାଘବ ଏବଂ ପରିଣୀତି ଦିଲ୍ଲୀର କପୁରଥାଲା ହାଉସରେ ଧୁମ୍‌ଧାମ ସହିତ ନିର୍ବନ୍ଧ କରିଥିଲେ । ଏବେ କୁହାଯାଉଛି କି ରାଜସ୍ଥାନରେ ବିବାହ କରିବେ। ଏଥିପାଇଁ ସେ ଏକ ବିଳାସପୂର୍ଣ୍ଣ ହୋଟେଲ ବୁକ୍ କରିଛନ୍ତି। ନିକଟରେ ଦୁହେଁ ରାଜସ୍ଥାନର ସ୍କାଉଟିଙ୍ଗ ପ୍ୟାଲେସ୍‌ରେ ନଜର ଆସିଥିଲେ।

परिणीति-राघव ने डिसाइड किया Wedding Venue, उदयपुर की इस खूबसूरत जगह पर लेंगे सात फेरे, देखें तस्वीरें

କହିବାକୁ ଗଲେ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ସେମାନଙ୍କ ବିବାହ ପାଇଁ ଓବରୋଇ ଉଦୟଭିଲା ବୁକ୍ କରିଛନ୍ତି । ଏହି ହୋଟେଲ ଉଦୟପୁରର ଶାନ୍ତ ପିଛୋଲା ହ୍ରଦ କୂଳରେ ଅବସ୍ଥିତ ।

परिणीति-राघव ने डिसाइड किया Wedding Venue, उदयपुर की इस खूबसूरत जगह पर लेंगे सात फेरे, देखें तस्वीरें

ମେୱାଡ ମହାରାଜାର ହୋଟେଲ ଓବରୋଇ ଉଦୟବିଲାସ୍ କୌଣସି ବିଳାସପୂର୍ଣ୍ଣ ପ୍ରାସାଦଠାରୁ କମ୍ ନୁହେଁ । ସେଠାରେ  ଏହି କପଲଙ୍କ ବିବାହର ପାରମ୍ପାରିକ ରୀତିନୀତି ହେବ।

परिणीति-राघव ने डिसाइड किया Wedding Venue, उदयपुर की इस खूबसूरत जगह पर लेंगे सात फेरे, देखें तस्वीरें

ଓବରୋଇ ଉଦୟବିଲାସର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏଠାରେ ଗୋଟିଏ କୋଠରୀ ପାଇଁ ଆପଣଙ୍କୁ ୩୫,୦୦୦ ଟଙ୍କା ଦେବାକୁ ପଡିବ । ଏଥି ସହିତ, ଏଠାରେ ଥିବା କୋହିନୋର ସୁଟ୍ ପାଇଁ ଗୋଟିଏ ରାତିର ମୂଲ୍ୟ ୧୧ ଲକ୍ଷ ଟଙ୍କା।

परिणीति-राघव ने डिसाइड किया Wedding Venue, उदयपुर की इस खूबसूरत जगह पर लेंगे सात फेरे, देखें तस्वीरें

ସୂଚନାଯୋଗ୍ୟ, ବଲିଉଡ ସେଲିବ୍ରିଟିମାନଙ୍କ ପାଇଁ ରାଜସ୍ଥାନ ହଟ୍ ୱେଡିଂ ଡେଷ୍ଟିନେସନ୍‌ ହୋଇଆସୁଛି । କ୍ୟାଟ୍ରିନା କୈଫ-ବିକି କୌଶଲ, ପ୍ରିୟଙ୍କା ଚୋପ୍ରା-ନିକ ଜୋନାସ ଏବଂ ସିଦ୍ଧାର୍ଥ ମଲହୋତ୍ରା-କିଆରା ଆଡଭାନୀଙ୍କ ପରି ଅନେକ ଦମ୍ପତି ରାଜସ୍ଥାନର ବିଭିନ୍ନ ସ୍ଥାନରେ ବିବାହ କରିଛନ୍ତି।

   Related Posts