scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨ଟି ସ୍ଥାନରେ ଗ୍ରାଣ୍ଡ ରିସେପ୍ସନ୍‌ ଦେବେ ପରିଣୀତି-ରାଘବ, ରାଜନେତା ସହ ସେଲିବ୍ରିଟି ହେବେ ସାମିଲ୍

25/09/2023 at 2:05 PM

ମୁମ୍ଵାଇ ୨୫।୦୯: ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା। ଦୁହିଁଙ୍କ ବିବାହ ବହୁତ ଧୁମ୍‌ଧାମ ସହିତ ହୋଇଥିଲା । ବର୍ତ୍ତମାନ ଉଭୟଙ୍କ ବିବାହ ରିସେପ୍ସନ୍ ଅନୁଷ୍ଠିତ ହେବ । ନବ ବିବାହିତ ଦମ୍ପତି ଦୁଇଟି ସ୍ଥାନରେ ରିସେପ୍ସନ୍ କରିବେ। ରିସେପ୍ସନ୍ ପରେ ପରୀ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମିଶନ୍ ରାନିଗଞ୍ଜ’ର ପ୍ରମୋସନ ଆରମ୍ଭ କରିପାରିବେ ।

ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ରାଜସ୍ଥାନର ଉଦୟପୁରରେ ସାତ ଫେରା ନେଇଥିଲେ। ଯେଉଁଥିରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ। ତାଙ୍କ ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ମଧ୍ୟ ଯୋଗ ଦେଇଥିଲେ। ଏହା ବ୍ୟତୀତ ହରଭଜନ ସିଂ ତାଙ୍କ ପତ୍ନୀ ଗୀତା ବସ୍ରା ଏବଂ ପିଲାମାନଙ୍କ ସହ ନଜର ଆସିଥିଲେ। ଏମାନଙ୍କ ବ୍ୟତୀତ ସାନିଆ ମିର୍ଜା ଏବଂ ମନୀଷ ମଲହୋତ୍ରାଙ୍କ ସମେତ ଅନେକ ସେଲିବ୍ରେଟ୍ ମଧ୍ୟ ଅତିଥି ଭାବରେ ଯୋଗ ସାମିଲ ଥିଲେ।

ଏହି  ହାଇ-ପ୍ରୋଫାଇଲ୍ ବିବାହରେ କୌଣସି ବଡ ବଲିଉଡ ତାରକା ଏବଂ ରାଜନେତା ଯୋଗ ଦେଇନଥିଲେ। ଏଥିପାଇଁ ପରୀ ଏବଂ ରାଘବ ସାଙ୍ଗମାନଙ୍କ ପାଇଁ ଦୁଇଟି ରିସେପ୍ସନ୍ ପ୍ରସ୍ତୁତ କରିଛନ୍ତି । ସୋର୍ସରୁ ଜଣାପଡିଛି ନବ ବିବାହିତ ଦମ୍ପତି ଦୁଇଟି ରିସେପ୍ସନ୍ ଆୟୋଜନ କରିବେ।

ଏହି ରିସେପ୍ସନ୍ ରାତିରେ ହେବ । ଗୋଟିଏ ଦିଲ୍ଲୀରେ ଏବଂ ଅନ୍ୟଟି ମୁମ୍ବାଇରେ। ଦିଲ୍ଲୀର ରିସେପ୍ସନରେ ଅନେକ ରାଜନେତା ନଜର ଆସିବେ, ଯିଏ ରାଘବଙ୍କର ନିକଟତର । ମୁମ୍ବାଇରେ ପରିଣୀତିଙ୍କ  ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କୁ ଆମନ୍ତ୍ରଣ କରିଛନ୍ତି।

   Related Posts