scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶାଳୀ ଗ୍ଲୋବାଲ୍ ଷ୍ଟାର୍,ଶ୍ୱଶୁର ଜଣେ ବିଜନେସ୍ମ୍ୟାନ୍,କେତେ ରୟାଲ୍ ରାଘବ ଚଡ୍ଡାଙ୍କ ଶଶୁରାଲ୍ ?

25/09/2023 at 11:56 AM

ମୁମ୍ବାଇ ୨୫।୦୯: ମିସ୍ରୁ ମିସେସ୍ ହେଲେ ଅଭିନେତ୍ରୀ ପରିଣୀତି ଚୋପ୍ରା  । ଚଡ୍ଡା ପରିବାରର ହେଲେ ବୋହୂ । ଆପ୍ ନେତା ରାଘବ ଚଡ୍ଡାଙ୍କ ହାତ ଧରିଲେ ପରିଣୀତି । ଉଦୟପୁରର ‘ଦି ଲୀଲା ପ୍ୟାଲେସ୍’ରେ ସାତ ଜନ୍ମର ସାଥୀ ହେଇଛନ୍ତି ଚଡ୍ଡା ଦମ୍ପତ୍ତି । କିନ୍ତୁ ଜାଣନ୍ତି କି ରାଘବ ଚଡ୍ଡାଙ୍କ ଶଶୁରାଲ୍ ବିଷୟରେ…ଶାଳୀ ଗ୍ଲୋବାଲ୍ ଷ୍ଟାର୍ ହୋଇଥିବା ବେଳେ ଶଶୁର ହେଉଛନ୍ତି ଜଣେ ନାମୀଦାମୀ ବିଜନେସ୍ମ୍ୟାନ୍ ।

ପରଣୀତି ଏକ ପଞ୍ଜାବୀ ପରିବାରର ଅଟନ୍ତି । ଅଭିନେତ୍ରୀ ତାଙ୍କ ପରିବାରର ଖୁବ୍ ନିକଟତର ।ପରିଣୀତିଙ୍କ ପିତାଙ୍କ ହେଉଛନ୍ତି ପବନ ଚୋପ୍ରା । ଯିଏକି ଜଣେ ବଡ ବ୍ୟବସାୟୀ । ପୱନ ଚୋପ୍ରା ଅମ୍ବାଲା କ୍ୟାଣ୍ଟନମେଣ୍ଟରେ ଭାରତୀୟ ସେନା ପାଇଁ ସପ୍ଲାୟର ଭାବେ  କାମ କରିଥାନ୍ତି । ତାଙ୍କର ଗୀତ ଗାଇବାର ସଉକ୍ ମଧ୍ୟ ରହିଛି ।

ପରିଣୀତିଙ୍କ ମା ହେଉଛନ୍ତି ରିନା ମଲୋହୋତ୍ରା । ସେ ଜଣେ NRI । ତାଙ୍କ ଜନ୍ମ ସିଙ୍ଗାପୁରରେ ହୋଇଥିଲା । କିନ୍ତୁ ସେ କେନିଆରେ ରହୁଥିଲେ । ପରେ ଭାରତକୁ ସିଫ୍ଟ ହୋଇଯାଇଥିଲେ ।  ପରିଣୀତିଙ୍କ ମା ଜଣେ ହାଉସ୍ ମେକର୍ ହେବା ସହ ଜଣେ ଆର୍ଟିଷ୍ଟ ମଧ୍ୟ । ସେ ତାଙ୍କ ପେଣ୍ଟିଂ ଏବଂ ଆର୍ଟ ଏକ୍ସିଭିସନ୍ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । 

ପରିଣୀତିଙ୍କର ୨ ଭାଇ ମଧ୍ୟ ଅଛନ୍ତି । ଜଣଙ୍କର ନାଁ ସହଜ ଚୋପ୍ରା ଏବଂ ଆଉ ଜଣଙ୍କର ନାଁ ଶିବାଙ୍ଗ ଚୋପ୍ରା । ବେଶ୍ ହ୍ୟାଣ୍ଡସମ୍ ଅଭିନେତ୍ରୀଙ୍କ ୨ଭାଇ । ସହଜ ଚୋପ୍ରା ଜଣେ ବିଜନେସ୍ମ୍ୟାନ୍ । ଦିଲ୍ଲୀରେ ତାଙ୍କର ଫୁଡ୍ ଏବଂ ଟ୍ରାଭେଲ୍ର ବିଜନେସ୍ ରହିଛି । ପରିଣୀତୀଙ୍କ ସାନ ଭାଇ ଶିବାଙ୍ଗ ଚୋପ୍ରା ଜଣେ ଡକ୍ତର । ସେ ଲଣ୍ଡନର ମେଡିକାଲ କଲେଜରୁ ଅଧ୍ୟୟନ କରିଛନ୍ତି । 

ଗ୍ଲୋବାଲ୍ ଷ୍ଟାର ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ପରିଣୀତିଙ୍କ କଜିନ୍ ସିଷ୍ଟର । ୨ ଭଉଣୀଙ୍କ ବଣ୍ଡିଂ ଖୁବ୍ ଭଲ । ଏମାନେ ଅନେକ ସମୟରେ ହ୍ୟାଙ୍ଗ୍ଆଉଟ୍ କରୁଥିବା ଦେଖିବାକୁ ମିଳିଥାନ୍ତି ।  ପରିଣୀତିଙ୍କ ଭିଣୋଇ ହେଉଛନ୍ତି ନିକ୍ ଜୋନ୍ସ । ଯିଏକି ଜଣେ ଫେମସ୍ ହଲିଉଡ୍ ସିଙ୍ଗର୍ ଓ ଆକ୍ଟର ।  ନିକ୍ଙ୍କର ସାରା ଦୁନିଆରେ ବେଶ୍ ଫ୍ୟାନ୍ ଫଲୋଅର୍ସ ଅଛନ୍ତି ।  ପ୍ରିୟଙ୍କା ଏବଂ ନିକ୍ଙ୍କର କ୍ୟୁଟ୍ ଝିଅ ମାଲତି ମେରୀ ପରିଣୀତିଙ୍କ ଝିଆରି ।  ମାଲତି ବେଶ୍ କ୍ୟୁଟ୍  । ସୋଶିଆଲ୍ ମିଡିଆରେ ତାଙ୍କର ଫଟୋ ଭାଇରାଲ୍ ହୋଇଥାଏ । 

ପରିଣୀତିଙ୍କର କଜିନ୍ ଭାଇ ହେଉଛନ୍ତି ସିଦ୍ଧାର୍ଥ ଚୋପ୍ରା । ଯିଏକି ପ୍ରଫେସନାଲ୍ ସେଫ୍ ଏବଂ ପ୍ରଡ୍ୟୁସର ମଧ୍ୟ ଅଟନ୍ତି । ସେ ପ୍ରିୟଙ୍କାଙ୍କ ପ୍ରଡକ୍ସନ୍ ହାଉସ୍ Purple Pebble Picturesକୁ ସମ୍ଭାଳିଥାନ୍ତି ।  ଏହାବ୍ୟତୀତ ମଲ୍ଟିଟ୍ୟାଲେଣ୍ଟେଡ୍ ହେଉଛନ୍ତି ପରିଣୀତିଙ୍କ ମାଉସୀ ତଥା ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା । ସେ ଜଣେ ଫିଜିସିୟନ୍, ବିଜନେସ୍ ଓମେନ୍ ହେବା ସହିତ ସେ ଫିଲ୍ମ ପ୍ରଡ୍ୟୁସର ବି ଅଟନ୍ତି ।

You Can Read:

   Related Posts