ସାମ୍ନାକୁ ଆସିଲା ରାଘବ-ପରିଣୀତିଙ୍କ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଝଲକ, ଫଟୋ ଭାଇରାଲ
24/09/2023 at 11:58 AM

ମୁମ୍ଵାଇ ୨୪।୦୯: ପରିଣୀତି ଚୋପ୍ରା ଏବଂ ରାଘବ ଚଢା । ଦୁହିଁଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା। ଆଜି ଉଭୟ ପରସ୍ପର ହାତ ଧରିବେ। ଉଦୟପୁରର ହୋଟେଲ ଲୀଲା ପ୍ୟାଲେସରେ ପଞ୍ଜାବୀ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିବେ। ବିବାହ ପୂର୍ବରୁ ଏହି କପଲଙ୍କର ହଳଦୀ, ମେହେନ୍ଦୀ ଏବଂ ସଂଗୀତ କାର୍ଯ୍ୟ ଥିଲା । ପ୍ରଶଂସକମାନେ ଦୁହେଁ ବର ଏବଂ କନ୍ୟା ବେଶରେ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ବର୍ତ୍ତମାନ ସେମାନଙ୍କର ଅପେକ୍ଷା ଶେଷ ହୋଇଛି ।

ପଞ୍ଜାବୀ ଗାୟକ ନବରାଜ ହଂସ ସଂଗୀତ ସମାରୋହରେ ତାଙ୍କ ପରଫମାନ୍ସ ସହିତ ଏହି ସମାବେଶକୁ ଆନନ୍ଦିତ କରିଥିଲେ। ବର୍ତ୍ତମାନ ଗାୟକ ସେମାନଙ୍କ ଦୁଇଟି ଫଟୋ ସେୟାର କରି ପରୀ ଏବଂ ରାଘବଙ୍କ ଝଲକ ଦେଖାଇଛନ୍ତି। ଫଟୋରେ ପରିଣୀତି ଏବଂ ରାଘବଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛି । ଯାହକୁ ଦେଖି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି । ବର୍ତ୍ତମାନ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।