ମୁମ୍ଵାଇ ୦୫।୦୩: ବର୍ତ୍ତମାନ ବି-ଟାଉନ୍ରେ ଗୋଟିଏ ପରେ ଗୋଟିଏ ଖୁସି ଖବର ଶୁଣିବାକୁ ମିଳିଛି । ପ୍ରଥମେ ଅଭିନେତ୍ରୀ ୟାମି ଗୌତମ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା । ଏହା ପରେ ଦୀପିକା ପାଦୁକୋନଙ୍କ ଗର୍ଭବତୀ ହେବାର ଖବର ମଧ୍ୟ ନିଶ୍ଚିତ କରିଥିଲେ। ଏତେ ସାରା ଖୁସି ଖବର ମଧ୍ୟରେ ଖୁବ୍ ଶୀଘ୍ର ଆପଣଙ୍କୁ ଆଉ କ ଗୁଡ୍ନ୍ୟୁଜ୍ ମିଳିପାରେ। ବର୍ତ୍ତମାନ ଗୁଜବ ପ୍ରଚାରିତ ହେଉଛି ଯେ ଅଭିନେତ୍ରୀ ପରିଣୀତି ଚୋପ୍ରା ଗର୍ଭବତୀ ଅଛନ୍ତି। ପରିଣୀତିଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଗର୍ଭବତୀ ଥିବା ନେଇ ସନ୍ଦେହ କରାଯାଉଛି ।
ପରିଣୀତିଙ୍କ ଭିଡିଓ ଦେଖିବା ପରେ ପ୍ରଶଂସକମାନେ ସନ୍ଦେହ କରିଛନ୍ତି
କିଛି ଦିନ ପୂର୍ବରୁ ବିମାନ ବନ୍ଦରରେ ପରିଣୀତଙ୍କୁ ଦେଖିବାକୁ ମିଳିଥିଲା ସେ ପୂରାପୁରି କୁଲ୍ କାଜୁଆଲ ଲୁକ୍ରେ ନଜର ଆସିଥିଲେ । ବିମାନବନ୍ଦର ଲୁକ୍ ପାଇଁ ଅଭିନେତ୍ରୀ ଏକ ଡିପ୍ ନେକ୍ର ମ୍ୟାକ୍ସି ଡ୍ରେସ ପିନ୍ଧିଥିଲେ । ଏହା ଉପରେ ସେ ଏକ ଡେନିମ୍ ଜ୍ୟାକେଟରେ ନଜର ଆସିଥିଲେ। କିନ୍ତୁ ତାଙ୍କ ପୋଷାକ ଦେଖି ଲୋକମାନେ ଅନୁମାନ କରିବାକୁ ଲାଗିଲେ ଯେ ପରିଣୀତି ତାଙ୍କ ବେବି ବମ୍ପ ଲୁଚାଇବା ପାଇଁ ଏପରି ଢିଲା ପୋଷାକ ପିନ୍ଧିଥିଲେ। କିଛି ପ୍ରଶଂସକ କହିଛନ୍ତି ଯେ ବୋଧ ହୁଏ ପରିଣୀତିଙ୍କ ଓଜନ ବଢିଯାଇଛି । ଆଉ ଜଣେ ଲେଖିଛନ୍ତି ନା ସେ ଗୁଡନ୍ୟୁଜ୍ ଦେବେ । ଅଭିନେତ୍ରୀଙ୍କ ଏହି ଲୁକ୍ ତାଙ୍କ ଗର୍ଭଧାରଣ ଗୁଜବ ପ୍ରଚାରର କାରଣ ପାଲଟିଛି।
wp:html/wp:htmlParineeti Chopra Arrived from the Airport ✨♥️#parineetichopra pic.twitter.com/72Ny8bYTcf
— Viral Bhayani (@viralbhayani77) March 4, 2024
ସମସ୍ତେ କମେଣ୍ଟ ଦେବା ଆରମ୍ଭ କରି ପଚାରିଥିଲେ ଯେ 'ପରିଣୀତି ଗର୍ଭବତୀ କି?' ଏତିକି ନୁହେଁ ପୋଷାକ ସହିତ ତାଙ୍କର ଧୀରେ ଚାଲିବା ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ସମୟରେ ଅଭିନେତ୍ରୀଙ୍କ ମୁହଁରେ ସୁନ୍ଦର ହସ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ଏହି ଭିଡିଓ ବହୁତ ଚର୍ଚ୍ଚାରେ ଅଛି । ହେଲେ ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ଯେ ପରିଣୀତି ଏବଂ ରାଘବ ପିତାମାତା ହେବାକୁ ଯାଉଛନ୍ତି। ଏହି ଗୁଜବ ଉପରେ ଦମ୍ପତିଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ପ୍ରଶଂସକମାନେ ଏହି ଖବର ନିଶ୍ଚିତ ହେବା ପାଇଁ ଅପେକ୍ଷା କରିଛନ୍ତି ।
wp:embed {"url":"https://www.prameyanews7.com/amitabh-bachchan-praises-s-jaishankar-comment/","type":"wp-embed","providerNameSlug":"prameya-news-7"} /wp:embed