LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମନୀଷ ମଲହୋତ୍ରାଙ୍କ ଘରେ ନଜର ଆସିଲେ ପରିଣୀତି, ବିବାହ ଆଉଟ୍‌ଫିଟ୍‌କୁ ନେଇ ଚର୍ଚ୍ଚା

27/03/2023 at 8:19 AM

ମୁମ୍ଵାଇ ୨୭।୦୩: ବଲିଉଡରେ କିଛି ନା କିଛିକୁ ନେଇ କାରଣକୁ ନେଇ ଗସିପ୍‌ ଆରମ୍ଭ ହୋଇଯାଏ। ବର୍ତ୍ତମାନ ଆପଣ ସମସ୍ତେ ଗୋଟିଏ ଖବର ଉପରେ ନଜର। ଯାହାକୁ ନେଇ ବିଟାଉନ୍‌ରେ ବହୁତ ଚର୍ଚ୍ଚା। ଅଭିନେତ୍ରୀ ପରିଣୀତି ଚୋପ୍ରା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚାଧାଙ୍କ ସହ ନଜର ଆସିଥିଲେ। ଯାହା ପରେ ତାଙ୍କର ଖୁବ୍‌ ଫଟୋ ଭାଇରାଲ୍‌ ହୋଇଥିଲା। ଏହା ସହ ତାଙ୍କ ସମ୍ପର୍କକୁ ନେଇ ଛାନ୍‌ଭିନ ଚାଲିଛି। ସମସ୍ତେ ଉଭୟଙ୍କ ଯୋଡିକୁ ଖୁବ୍‌ ପସନ୍ଦ କରନ୍ତି। ଉଲ୍ଲେଖଥାଉ କି, ଏହା ପ୍ରଥମ ଘଟଣା ନୁହେଁ ଜଣେ ରାଜନେତା ଏବଂ ଚଳଚ୍ଚିତ୍ର ତାରକାଙ୍କ ମଧ୍ୟରେ ପ୍ରେମ ଖବର ଚାରିଆଡେ ଭାଇରାଲ୍‌ ହୋଇଛି।

ତେବେ ଉଭୟଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ବିବାହକୁ ନେଇ ଆଲୋଚନା ହେଉଛି। କିଛି ଲୋକ ଏପରିକି କହୁଛନ୍ତି ଏହି ଯୋଡି ନିର୍ବନ୍ଧନ କରିବାକୁ  ଯାଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ପରିଣୀତିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବଲିଉଡର ପ୍ରସିଦ୍ଧ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଘରେ ତାଙ୍କୁ ଦେଖିବାକୁ ମିଳିଥିଲା।  ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ କେବଳ ଚର୍ଚ୍ଚା ହେଉଛି ପରି ନିର୍ବନ୍ଧ ପାଇଁ ନା ବିବାହ ପୋଷାକ ସଂପର୍କରେ ମନୀଷଙ୍କୁ ଭେଟିବାକୁ ଆସିଥିଲେ।

ଆସନ୍ତା ମାସରେ ପରୀ ଏବଂ ରାଘବଙ୍କର ନିର୍ବନ୍ଧ କରିବେ। ଖବର ଅଛି ଯେ ଅଭିନେତ୍ରୀ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତେବେ, ଏହି ରିପୋର୍ଟଗୁଡିକ ପଛରେ ସତ୍ୟ କ’ଣ, କେବଳ ସମୟ କହିବ । କିନ୍ତୁ ସୋସିଆଲ ମିଡିଆ ୟୁଜର୍ସମାନେ ଏହି ଭିଡିଓ ଉପରେ କ୍ରମାଗତ ଭାବରେ ମନ୍ତବ୍ୟ ଦେଉଛନ୍ତି।

   Related Posts