ମୁମ୍ଵାଇ ୨୫।୦୯: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଜନେତା ରାଘବ ଚଡ୍ଡା। ଚର୍ଚ୍ଚିତ କପଲଙ୍କ ଚର୍ଚ୍ଚିତ ବିବାହ । ଦୁହେଁ ଉଦୟପୁରରେ ପଞ୍ଜାବୀ ରୀତିନୀତରେ ବିବାହ କରିଥିଲେ। ବଲିଉଡ ଏବଂ ରାଜନୀତିର ବହୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତିତ୍ୱ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଦମ୍ପତିଙ୍କ ପ୍ରଶଂସକମାନେ ଦୁହିଁଙ୍କ ଫଟୋକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଶେଷରେ, ଏହି କପଲଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି ।
ଏହି ଫଟୋରେ ଉଭୟ କ୍ରିମ୍ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ଏହା ସହ ଉଭୟଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛି। ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିବାବେଳେ ପରି ଲେଖିଛନ୍ତି, “ଜଳଖିଆ ଟେବୁଲରେ ଆମେ ପ୍ରଥମ ଥର କଥା ହେବା ଦିନଠାରୁ ଆମର ହୃଦୟ ଏହା ଜାଣିଥିଲା। ଦୀର୍ଘ ଦିନ ଧରି ଏହି ଦିନକୁ ଆମେ ଅପେକ୍ଷା କରିଥିଲୁ । ଆମେ ମିଷ୍ଟର ଏବଂ ମିସେସ୍ ହୋଇଥିବାରୁ ବହୁତ ଖୁସି । ପରସ୍ପର ବିନା ବଞ୍ଚିବାକୁ ଅସମର୍ଥ, ଆମ ଜୀବନ ଆଜି ଠାରୁ ସବୁଦିନ ପାଇଁ ଆରମ୍ଭ ହୋଇଯାଇଛି। ”
ତାଙ୍କ ବଡ ଦିନରେ ମନୀଷ ମଲହୋତ୍ରାଙ୍କ ବେଜ ରଙ୍ଗର ଲେହେଙ୍ଗାରେ ପରୀ ଚମତ୍କାର ଦେଖାଯାଉଥିଲେ ଏବଂ ତାଙ୍କ ପୋଷାକ ସହିତ ମେଳ ଖାଉଥିବା ସମାନ ସୁନ୍ଦର ଅଳଙ୍କାର ମଧ୍ୟ ପିନ୍ଧିଥିଲେ। ଏହି ସମୟରେ ବର ରାଘବ ଚଢା ଏକ ସୂକ୍ଷ୍ମ, ଚମତ୍କାର ପିଙ୍କ ରଙ୍ଗର ପୋଷାକରେ ଖୁବ୍ ସୁନ୍ଦର ଦିଶୁଥିଲେ।
wp:html/wp:html
ଦୁହେଁ ଏକାଠି ଅନେକ କ୍ଲିକ୍ ହୋଇଥିବା ଫଟୋ ଭାଇରାଲ ହେବାରେ ଲାଗିଛି । କିଛି ଫଟୋରେ ରାଘବ ପରୀଙ୍କୁ କିସ୍ କରୁଥିବାର ନଜର ଆସିଛନ୍ତି । ଆଉ ଏକ ଫଟୋ ରେ ଦୁହେଁ ହସି ହସି ଆସୁଛନ୍ତି । ବର୍ତ୍ତମାନ ଏହି ଫଟୋକୁ ଦେଖି ଫ୍ୟାନ୍ସ ଖୁସି ହୋଇ ଯାଇଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ଫଟୋ ଗୁଡ଼ିକୁ ବହୁତ ପସନ୍ଦ କରିବା ସହ ନୂଆ ଯାତ୍ରା ପାଇଁ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
wp:embed {"url":"https://www.prameyanews7.com/first-pic-of-parineeti-chopra-raghav-chadha/","type":"wp-embed","providerNameSlug":"prameya-news-7"} /wp:embed