ହାତକୁ ଦି ହାତ ହେବେ ରାଘବ-ପରିଣୀତି, ପରିବାର ସଦସ୍ୟ ଦେଲେ ସ୍ପେଶାଲ ଗିଫ୍ଟ
24/09/2023 at 8:19 AM

ମୁମ୍ଵାଇ ୨୪।୦୯: ପରିଣୀତି ଚୋପ୍ରା ଏବଂ ରାଘବ ଚଢା। ଦୁଇ ଜଣଙ୍କ ବିବାହକୁ ନେଇ କ୍ରମାଗତ ଅପଡେଟ୍ ସାମ୍ନାକୁ ଆସୁଛି। କପଲ୍ଙ୍କ ଏହି ଚର୍ଚ୍ଚିତ ବିବାହ ରାଜସ୍ଥାନର ଉଦୟପୁରର ଲୀଲା ପ୍ୟାଲେସରେ ହେବ। ବିବାହ ପୂର୍ବ ରୀତିନୀତି ଚାଲିଛି ଏବଂ ଆଜି ଅପରାହ୍ନରେ ରାଘବ ଏବଂ ପରୀ ସାତ ଜନ୍ମର ସାଥି ହେବେ । ବିବାହରେ ଅନେକ ସ୍ୱତନ୍ତ୍ର ଏବଂ ହାଇ ପ୍ରୋଫାଇଲ୍ ଅତିଥି ଯୋଗ ଦେଉଛନ୍ତି । ବର୍ତ୍ତମାନ ବିବାହ ପାଇଁ ପରୀ ନିଶ୍ଚିତ ଭାବରେ ଅନେକ ଉପହାର ପାଇବେ । ପରିବାର ସଦସ୍ୟ ପରୀଙ୍କୁ କ’ଣ ଉପହାର ଦେଇଛନ୍ତି ସେ ସମ୍ବନ୍ଧରେ କିଛି ତଥ୍ୟ ସାମ୍ନାକୁ ଆସିଛି।
ତାଙ୍କ ବିବାହକୁ ନେଇ ପରୀ ବହୁତ ଉତ୍ସାହିତ ଅଛନ୍ତି । ହେଲେ ତାଙ୍କ ବଡ଼ ଭଉଣୀ ପ୍ରିୟଙ୍କା ଚୋପ୍ରା ଏହି ଉତ୍ସବରେ ପହଞ୍ଚି ପାରି ନାହାଁନ୍ତି, ପରୀଙ୍କ ପରିବାର ସମେତ ଅନେକ ଘନିଷ୍ଠ ବ୍ୟକ୍ତି ଯୋଗ ଦେଇଛନ୍ତି। ହଲଦୀ ସମାରୋହ କରାଯାଇଛି । ଏହି ବିଶେଷ ଅବସରରେ ପରୀ ମଧ୍ୟ ତାଙ୍କ ପରିବାରରୁ ଏକ ବିଶେଷ ଉପହାର ଗ୍ରହଣ କରିଥିଲେ। ପରୀଙ୍କ ଜଣେ ନିକଟ ସମ୍ପର୍କୀୟ ପ୍ରକାଶ କରିଛନ୍ତି ଯେ ସେ ଅଳଙ୍କାର ବ୍ୟବସାୟରେ ଅଛନ୍ତି, ତେଣୁ ସେ ବର କନ୍ୟା ପାଇଁ ଉପହାର ସ୍ୱରୂପ ସ୍ୱତନ୍ତ୍ର ଅଳଙ୍କାର ମଧ୍ୟ ଆଣିଛନ୍ତି। ଅଳଙ୍କାରରେ କଣ ଅଛି ସେ ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରକାଶ କରାଯାଇ ନାହିଁ।

୨୪ ତାରିଖ ଦିନ ତାଜ ଲେକ୍ ପ୍ୟାଲେସରେ ରାଘବଙ୍କ ସେହେରା ବନ୍ଧି କରାଯିବ। ଏହା ପରେ ତାଜ ଲେକ୍ ପ୍ୟାଲେସରୁ ଲୀଲା ପ୍ୟାଲେସ ପର୍ଯ୍ୟନ୍ତ ଅପରାହ୍ନ ୨ ଟାରୁ ଏହି ଶୋଭାଯାତ୍ରା ଆରମ୍ଭ ହେବ । ଏହା ପରେ ଜୟମାଲାର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।ଯାହା ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଅପରାହ୍ନ ୪ ଟାରେ ସାତ ଫେରା ନେବ ଏବଂ ପରେ ପରୀ ଚୋପ୍ରାଙ୍କ ବିଦାୟ ସମାରୋହ ସନ୍ଧ୍ୟା ୬.୩୦ ରେ ହେବ । ଏହା ପରେ ରାତି ୮:୩୦ ରେ ଅତିଥିମାନଙ୍କ ପାଇଁ ଏକ ରିସେପ୍ସନ୍ ମଧ୍ୟ ଆୟୋଜିତ ହୋଇଛି ।