scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

୧୯ ତାରିଖ ସକାଳ ୮ଟାରୁ ପରିମାଣିକ ଦର୍ଶନ, ଟିକେଟ୍ ମୂଲ୍ୟ ୧୦୦ ଟଙ୍କା

15/06/2023 at 11:35 AM

ପୁରୀ ୧୫।୬: ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ଶୃଙ୍ଖଳିତ ଦର୍ଶନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଟାରୁ ୯ଟା ଯାଏଁ ପରିମାଣିକ ଦର୍ଶନ ଅନୁଷ୍ଠିତ ହେବ । ୯ଟାରୁ ୧୧ଟା ଯାଏଁ ସାହାଣମେଲା ଦର୍ଶନ ଅନୁଷ୍ଠିତ ହେବ । ପରିମାଣିକ ଟିକେଟ୍‌ର ମୂଲ୍ୟ ୧୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ୭୦୦୦ ଟିକେଟ୍ ପରିମାଣିକ ଦର୍ଶନ ପାଇଁ ବିକ୍ରି ହେବ । ଦକ୍ଷିଣ ଦ୍ବାର ଦେଇ ଯିବେ ଭକ୍ତ । ଏ ନେଇ ପ୍ରେସମିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ଦିନ ତମାମ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରିପାରିବେ ଶ୍ରଦ୍ଧାଳୁ । ପରିମାଣିକ ଟିକେଟ୍ଧାରୀ ଦକ୍ଷିଣଦ୍ବାର ଦେଇ ପ୍ରବେଶ କରିବେ । ସାହାଣମେଲା ଦର୍ଶନଧାରୀ ସିଂହଦ୍ବାର ଦେଇ ପ୍ରବେଶ କରିବେ । ସମସ୍ତ ଭକ୍ତ ଉତ୍ତରଦ୍ବାର ଦେଇ ବାହାରକୁ ବାହାରିବେ । ନବଯୌବନ ଦର୍ଶନ ଦିନ ୧୧ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ।

You Can Read :

   Related Posts