ପରୀକ୍ଷା ପେ' ଚର୍ଚ୍ଚା, ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 29, 2024 IST

ନୂଆଦିଲ୍ଲୀ ୨୯।୦୧ : ସୋମବାର ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ। ଆଜି ଭାରତ ମଣ୍ଡପମରେ ଦିନ ୧୧ଟା ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କୁ ସମ୍ବୋଧନ କରିବା ସହିତ ସେମାନଙ୍କ ସହ ସିଧାସଳଖ କଥା ହେବେ।

wp:html /wp:html

ତେବେ ଚଳିତ ବର୍ଷ ପାଖାପାଖି ୪ ହଜାର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବେ। କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ଏହାର ଆୟୋଜନ କରୁଥିବା ବେଳେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀ କିଭଳି ଏକାଗ୍ରତା ରକ୍ଷା କରି ସଫଳତା ପାଇପାରିବେ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ। ଏ ବର୍ଷ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ରେକର୍ଡ ସଂଖ୍ୟକ ୨. ୨୬ କୋଟି ଜଣ ମାଇଁ ଗଭ୍ ଆପରେ ପଂଜୀକରଣ କରିଛନ୍ତି। ମାଇଁ ଗଭ ଆପ୍ ରେ ହୋଇଥିବା ଏକ ପରୀକ୍ଷା ମାଧ୍ୟମରେ ପିଲାମାନଙ୍କୁ ସିଧାସଳଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଚୟନ କରାଯାଇଛି। ସେହିପରି ଟିଭି ଓ ଇଣ୍ଟରନେଟ ମାଧ୍ୟମରେ ପିଲାମାନେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ପାରିବେ।

wp:embed {"url":"https://www.prameyanews7.com/10-thousand-devotees-will-come-to-puri-from-5-districts/","type":"wp-embed","providerNameSlug":"prameya-news-7"}
https://www.prameyanews7.com/10-thousand-devotees-will-come-to-puri-from-5-districts/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.