ଜାନୁଆରୀ ୨୭ରେ ପିଏମ ମୋଦୀ କରିବେ 'ପରୀକ୍ଷା ପେ ଚର୍ଚ୍ଚା', ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ ହେବେ କଥା

Published By : Prameya-News7 Bureau | January 03, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ପୁଣି ଥରେ ଛାତ୍ରଛାତ୍ରୀଙ୍କ ସହ କଥା ହେବେ । ଚଳତ ବର୍ଷ ଜାନୁଆରୀ ୨୭ରେ 'ପରୀକ୍ଷା ପେ ଚର୍ଚ୍ଚା'ର ଆୟୋଜନ କରାଯିବ । ଏଥିରେ ପିଏମ ମୋଦୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କଥା ହେବେ । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପିଏମ ମୋଦୀଙ୍କ ଏହି କାର୍ଯ୍ୟକ୍ରମ ବାବଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

wp:html /wp:html

MyGovରେ ପ୍ରତିଯୋଗିତା ଆଧାରରେ ଚୟନ ହୋଇଥିବା ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କୁ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପିପିସି କିଟ୍ ଉପହାର ଦିଆଯିବ । ପିଏମ ମୋଦୀ ପ୍ରତି ବର୍ଷ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହ କଥା ହୋଇଥାନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାପ ମୁକ୍ତ ରହିବା ନେଇ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇଥାନ୍ତି । ଏହାସହ ପରୀକ୍ଷାକୁ ଉତ୍ସବ ପରି ନେବାକୁ ପରାମର୍ଶ ଦେଇଥାନ୍ତି ।

ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ୨୦୧୮ ମସିହାରେ ପ୍ରଥମ ଥର 'ପରୀକ୍ଷା ପେ ଚର୍ଚ୍ଚା' ଆରମ୍ଭ କରିଥିଲେ । ସେବେଠାରୁ ପ୍ରତିବର୍ଷ ପରୀକ୍ଷା ପେ ଚର୍ଚ୍ଚା ଆୟୋଜନ କରାଯାଉଛି । ୨୦୨୨ରେ ତାଲକଟୋରା ଷ୍ଟାଡିୟମରେ ଏହାର ଆୟୋଜନ କରାଯାଇଥିଲା । ଏଥିପାଇଁ ପ୍ରାୟ ୧୫.୭ ଲକ୍ଷ ଜଣ ପଞ୍ଜିକରଣ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.