ତୁଳସୀଙ୍କୁ ଜଳ ଅର୍ପଣ କରିବା ପରେ ପରିକ୍ରମା କରିବା କାହିଁକି ଜରୁରୀ ହୋଇଥାଏ ଜାଣନ୍ତୁ…

Published By : Prameya-News7 Bureau | October 14, 2019 IST

wp:heading {"level":5}
ତୁଳସୀ ଗଛକୁ ପବିତ୍ର ବୋଲି ବିଶ୍ବାସ କରାଯାଏ। ହିନ୍ଦୁ ଧର୍ମ ଅନୁସାରେ ତୁଳସୀଙ୍କୁ ଦେବୀ କୁହାଯାଏ।ତୁଳସୀଙ୍କୁ ଧନଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଏ। ପ୍ରତିଦିନ ସକାଳ ସଂଧ୍ୟାରେ ମଙ୍ଗଳକାମନା କରି ତୁଳସୀଙ୍କୁ ପୂଜା କରାଯାଏ, ଦୀପ ଦିଆଯାଏ। ହିନ୍ଦୁ ଘରେ ସକାଳ ସଂଧ୍ୟାରେ ତୁଳସୀ ଗଛକୁ ପୂଜା କରିବାର ବିଧି ରହିଛି। କାରଣ ଏହା ଦାରିଦ୍ର୍ୟ ଦୂର କରିଥାଏ ଏବଂ ଘରେ ଲକ୍ଷ୍ମୀ ବାସ କରନ୍ତି।
/wp:heading {"id":170048}
wp:heading {"level":5}
ହେଲେ ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରି ଗଛ ବା ଚଉରା ଚାରିପଟେ ପରିକ୍ରମା କରିବାର ବିଧି ରହିଛି । ଏହା ଦ୍ବାରା ଜୀବନରେ କଣ ପ୍ରଭାବ ପଡେ ଅଧିକାଂଶ ଲୋକେ ଜାଣିନଥାନ୍ତି।
/wp:heading {"id":170053}

ତୁଳସୀ ଚଉରାଙ୍କୁ ପରିକ୍ରମା କରିବାର ବିଶେଷ ମହତ୍ବ ରହିଛି। ଘର ଅଗଣାରେ ଲାଗିଥିବା ତୁଳସୀ  ସୁଖ, ସମ୍ପତ୍ତି, ଜ୍ଞାନ, ବିବେକ, ସ୍ବାସ୍ଥ୍ୟ ପ୍ରଦାନ କରିଥାଏ।

{"id":170054}

ଯେଉଁ ଘରେ ତୁଳସୀ ବାସ କରନ୍ତି ସେହି ଘରେ କେବେ ଅନର୍ଥ ହୁଏ ନାହିଁ ବୋଲି ବିଶ୍ବାସ ରହିଛି ।  ଏହା ସହ ଆର୍ଥିକ ସମସ୍ୟା ରହିବ ନାହିଁ। ଏହା ବ୍ୟତୀତ ଘରଲୋକଙ୍କ ମଧ୍ୟରେ ହେଉଥିବା ଝଗଡ଼ା ଏବଂ ଶତ୍ରୃତା ଦୂର ହୋଇଥାଏ।

{"id":170056}

ତୁଳସୀଙ୍କୁ ଜଳ ଅର୍ପଣ କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ପବିତ୍ର ତୁଳସୀ ଗଛରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି ।ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଆଖପାଖରେ ସକରାତ୍ମକ ଶକ୍ତି ରହିଥାଏ। ଏଥିପାଇଁ ଗଛରେ ଜଳ ଦେବା ପରେ ପରିକ୍ରମା କରିବାର ପରମ୍ପରା ରହିଛି।

{"id":170058,"width":576,"height":356}

 ଜଳ ଅର୍ପଣ କରିବା ପରେ ତୁଳସୀଙ୍କ ପରିକ୍ରମା ଦ୍ବାରା ଭକ୍ତଙ୍କର ଚିନ୍ତାଧାରା ମଧ୍ୟ ବଦଳିଯାଏ। ଖରାପ ବିଚାରରୁ ମଣିଷ ମୁକ୍ତ ହୋଇଥାଏ। ଏହା ବ୍ୟତୀତ ଏହି ପରିକ୍ରମା ଦ୍ବାରା ମନକୁ ଶାନ୍ତି ମଧ୍ୟ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.