ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବଗିଚାରେ ଫୁଟିଛି ବିରଳ ପାରିଜାତ, ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗି ହେଲା

2/07/2021 at 5:14 PM

ଭୁବନେଶ୍ବର ୨।୭: ମର୍ତ୍ତ୍ୟରେ ଫୁଟିଛି ବିରଳ ପାରିଜାତ ଫୁଲ । ପୁରୁଣା ଭୁବନେଶ୍ବର ସ୍ଥିତ ରାଧାକ୍ରୀଷ୍ଣାନଗରର ଶକ୍ତି ପ୍ରସାଦ ଦାସଙ୍କ ବାଡିରେ ଏହି ଫୁଲ ଫୁଟିଥିବା ଦେଖିବାକୁ ମିଳିଛି । ଏହି ଫୁଲଟିକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ କରିଛନ୍ତି ଗୃହକର୍ତ୍ତା । ପ୍ରକୃତିର ଏହି ସୁନ୍ଦର ଫୁଲଟି ବିରଳ ଅଟେ । ତେବେ ଏହି ଫୁଲଟିକୁ ଦେଖିବାକୁ ତାଙ୍କ ଘରେ ଲୋକଙ୍କ ଭିଡ ଜମିଛି ।

ପୁରାଣ ବର୍ଣ୍ଣନା ଅନୁଯାୟୀ ପାରିଜାତ ଫୁଲ ସ୍ବର୍ଗରେ ହିଁ ଫୁଟିଥାଏ । ଦ୍ବାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହାକୁ ମର୍ତ୍ତ୍ୟକୁ ଆଣିଥିଲେ । ପାରିଜାତ ବୃକ୍ଷକୁ ସ୍ବର୍ଗର ସର୍ବତ୍ତୋମ ବୃକ୍ଷ ବୋଲି କୁହାଯାଏ । ଏହି ପାରିଜାତ ଫୁଲକୁ ଲକ୍ଷ୍ମୀ ଏବଂ ଭଗବାନ ଶିବଙ୍କ ପୂଜାରେ ବ୍ୟବହାର କରାଯାଇଥାଏ । ହରିବଂଶ ପୁରାଣ ଅନୁସାରେ ପାରିଜାତ ବୃକ୍ଷର ଉତ୍ପତି ସମୁଦ୍ର ମନ୍ଥନରୁ ହୋଇଥିଲା । ଏହାର ଉତ୍ପତ୍ତି ପରେ ଏହାକୁ ଦେବରାଜ ଇନ୍ଦ୍ର ସ୍ବର୍ଗକୁ ନେଇଯାଇଥିଲେ। ଏହି ବୃକ୍ଷକୁ ଛୁଇଁବାର ଅଧିକାର କେବଳ ଉର୍ବଶୀ ନାମକ ଅପସରାଙ୍କୁ ହିଁ ଦିଆଯାଇଥିଲା। ଏହାକୁ ଛୁଇଁବା ମାତ୍ରେ ଉର୍ବଶୀଙ୍କ ଥକ୍କା ସଙ୍ଗେ ସଙ୍ଗେ ଉଭେଇ ଯାଉଥିଲା ।

ପରିବେଶବିତ୍ ଙ୍କ କହିବା ଅନୁସାରେ ଏହି ବୃକ୍ଷର ଔଷଧୀୟ ଗୁଣ ରହିଛି । ପାରିଜାତ ବୃକ୍ଷ ତଳେ କିଛି ସମୟ ବସି ପଡିଲେ ଶରୀରରେ ନୂତନ ଉର୍ଜାର ସଞ୍ଚାର ହୋଇଥାଏ । ଏହାସହ ମାନସିକ ଅବସାଦ ମଧ୍ୟ ଦୂର ହୋଇଥାଏ ।

ତେବେ କରୋନା ମହାମାରୀ ସମୟରେ ସବୁଆଡେ ମୃତ୍ୟୁର ବିଭୀଷିକା ଚାଲିଥିବା ବେଳେ ପାରିଜାତ ଭଳି ସ୍ବର୍ଗୀୟ ଫୁଲ ଫୁଟିବା ନିଶ୍ଚିତ ଏକ ଶୁଭ ସଙ୍କେତ ଦେଉଛି ବୋଲି ବିବେଚନା କରାଯାଉଛି । ଏହି ଫୁଲର ସ୍ବର୍ଗୀୟ ସ୍ପର୍ଶରେ କରୋନା ଭଳି ମହାମାରୀ ନିଶ୍ଚିତ ଭାବରେ ଉଭେଇଯିବ ବୋଲି ସମସ୍ତଙ୍କ ମନରେ ଆଶା ସଞ୍ଚାର ହେଉଛି ।

   Related Posts