ପାରିବାରିକ କଳହର କରୁଣ ପରିଣତି, ଦିଅରର କଟୁରୀ ଚୋଟରେ ଭାଉଜ ମୃତ

Published By : Prameya-News7 Bureau | May 05, 2020 IST

ଢେଙ୍କାନାଳ ୦୫।୦୫: ପାରିବାରିକ କଳହର କରୁଣ ପରିଣତି । ଦିଅରର କଟୁରୀ ଚେ।ଟରେ ଭାଉଜର ମୃତ୍ୟୁ । ଅଭାବନୀୟ ଘଟଣା ଢେଙ୍କାନାଳ ସଦର ଥାନା ଖୁଣ୍ଟୁଝରି ରଗଡି ସାହିର । ମୃତକ ତୁଳସୀ ବେହେରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ଖୁଣ୍ଟୁଝରି ରଗଡି ସାହିର ସଞ୍ଜୟ ବେହେରା ଘରେ ନଥିବା ବେଳେ ତାଙ୍କ ପତ୍ନୀ ତୁଳସୀଙ୍କ ସହ ତାଙ୍କ ଦିଅର ସୁରେଶ ବେହେରାଙ୍କର କୌଣସି କାରଣରୁ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ତୁଳସୀଙ୍କୁ ସୁରେଶ ଏକ ଧାରୁଆ କଟୁରିରେ ଆକ୍ରମଣ କରିଥିଲା । ଘରୁ ପ୍ରାଣ ବିକଳରେ ଦଉଡି ପଳାଇବା ବେଳେ ଘର ଦାଣ୍ଡରେ ତାଙ୍କ ମୁଣ୍ଡକୁ ହାଣି ଦେବାରୁ ଘଟଣାସ୍ଥଳରେ ତୁଳସୀ ବେହେରାଙ୍କର  ମୃତ୍ୟୁ ହେ।ଇଥିଲା । ଖବର ପାଇ ସଦର ଥାନା ପୋଲିସ ପହଂଚି ଅଭିଯୁକ୍ତ ଦିଅର ସୁରେଶ ବେହେରାଙ୍କୁ କାବୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.