'ପରୀ' ହତ୍ୟାକାଣ୍ଡ ମାମଲା, ଘଟଣା ସିବିଆଇ ତଦନ୍ତ ଦାବି କଲା ଓଡିଶା ସୂଚନା ଅଧିକାର ଅଭିଯାନ

Published By : Prameya-News7 Bureau | November 30, 2020 IST

ଭଦ୍ରକ ୩୦।୧୧: ନୟାଗଡ଼ ପରୀ ହତ୍ୟାକାଣ୍ଡ ଦୋଷୀଙ୍କୁ ଦଣ୍ଡ ଓ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି । ଓଡିଶା ସୂଚନା ଅଧିକାର ଅଭିଯାନ ତଥା ଓସାର ଭ୍ରଦକ ଶାଖା ତରଫରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  

{"id":370082,"sizeSlug":"large"}

ନୟାଗଡ଼ର ପରୀ ହତ୍ୟାକାଣ୍ଡର ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲି ନାୟକଙ୍କ ସମ୍ପୃକ୍ତିକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ରାଜ୍ୟର ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଉଛି । ଏହିପରିପେକ୍ଷୀରେ ଆଜି ଜିଲ୍ଲା ସୂଚନା ଅଧିକାରୀ କର୍ମୀ ମାନେ ପରୀକୁ ନ୍ୟାୟ ଦାବି କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଛନ୍ତି । ଏହାସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି ମଧ୍ୟ କରିଛନ୍ତି ।

{"id":370083,"sizeSlug":"large"}

୩ ଦଫା ଦାବି ସମ୍ବଳିତ ଦାବିପତ୍ର ଖୁବ ଶୀଘ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପଠା ଯିବା ନେଇ ସଂଘ ସୂଚନା ଦେଇଛି ।  ସେହିପରି ନୟାଗଡ଼ର ସୂଚନା ଅଧିକାରୀ କର୍ମୀ ସୋମ୍ୟ ପ୍ରଧାନଙ୍କ ପରିବାରଙ୍କୁ ସୁରକ୍ଷା ଦେବା ପାଇଁ ସୂଚନା ଅଧିକାରୀ କର୍ମୀମାନେ ମାଧ୍ୟ ଦାବି ରଖିଛନ୍ତି । କ୍ରାଇମବ୍ରାଞ୍ଚ ଓ ଏସଆଇଟିକୁ ଦିଆଯାଇଥିବା  ତଦନ୍ତକୁ ବାତିଲ କରି ସିବିଆଇକୁ ତଦନ୍ତ ଦାୟିତ୍ଵ ଦେବାପାଇଁ ମଧ୍ୟ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.