ପରୀ ମୃତ୍ୟୁ ମାମଲା, ମୃତଦେହ ଉପରେ ପଡିଥିବା ନଡିଆ ବାହୁଙ୍ଗାର ହେବ ଜେନମ୍ ଟେଷ୍ଟ

Published By : Prameya-News7 Bureau | December 22, 2020 IST

କଟକ ୨୨।୧୨: ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବେଳେ ଆଜି ଘଟଣାର ତଦନ୍ତ କରୁଥିବା ଏସ୍‌ଆଇଟ୍‌ ମୁଖ୍ୟ ପ୍ରେସ୍‌ମିଟ୍‌ ଜରିଆରେ ଅଧିକ ତଥ୍ୟା ସାମ୍ନାରେ ରଖିଛନ୍ତି । ଖାସ୍‌ କରି ଅଭିଯୁକ୍ତ ଜଣଙ୍କ କିପରି ହତ୍ୟା କଲା ଏବଂ ହତ୍ୟା ପରେ ମୃତଦେହ ସହ ଯୌନ ସଂପର୍କର ରଖିଥିଲା । ସେନେଇ ଅଧିକ ତଥ୍ୟା ରଖିଛନ୍ତି ଏସ୍‌ଆଇଟି ମୁଖ୍ୟ ।  

ସେହିପରି ଏସ୍‌ଆଇଟି ମୁଖ୍ୟ କହିଛନ୍ତି ଯେ, ପରୀ ମୃତ୍ୟୁ ମାମଲାରେ ବେଶୀ ଚାଞ୍ଚଲ୍ୟକର ତଥ୍ୟ ହେଉଛି ଅଭିଯୁକ୍ତ ସରୋଜ ପରୀର ମୃତଦେହ ସହ ଯୌନ ସଂପର୍କ ରଖିଥିଲା । ମୃତ ଦେହକୁ ଅଖାରେ ରଖି ପୋଖରୀ କୂଳରେ ଫିଙ୍ଗି ଦେଇଥିଲା । ମୃତଦେହକୁ  ଅଖାରେ ଲୁଚାଇ ପୋଖରୀ କୂଳରେ ଫିଙ୍ଗିଦେଇଥିଲା ଅଭିଯୁକ୍ତ । ମୃତଦେହକୁ ଲୁଚାଇଥିବା ପାଇଁ  ତାଉପରେ ନଡିଆ ବାହୁଙ୍ଗା ଘୋଡାଇଦେଇଥିଲା । ତେଣୁ ଆଗକୁ ନଡିଆ ଗଛର ଜେନମ୍‌ ଟେଷ୍ଟ କରାଯିବ । ‘ଯେଉଁ ଗଛରୁ ବାହୁଙ୍ଗା କଟାଯାଇଛି ତାର ମଧ୍ୟ ଜେନମ୍ ଟେଷ୍ଟ କରାଯିବ । ହାଇଦ୍ରାବାଦର CCMB ଓ ଦିଲ୍ଲୀର NIPGRକୁ ‘ଟେଷ୍ଟ  ପାଇଁ ପଠାଯିବ ବାହୁଙ୍ଗା  ।

wp:embed {"url":"http://www.prameyanews7.com/crime-branch-sit-chief-arun-bothra-revealed-about-pari-case/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/crime-branch-sit-chief-arun-bothra-revealed-about-pari-case/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.