ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପରୀ ମୃତ୍ୟୁ ମାମଲା : ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

24/12/2020 at 12:48 PM

ନୟାଗଡ, ୨୪୧୨:    ପରୀ ମାମଲା ଏବେ ହାଇକୋର୍ଟରେ ପହଁଚିଛି । ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ,  ଆବେଦନକାରୀ ପଦ୍ମାଳୟା ମହାପାତ୍ର ହାଇକୋର୍ଟରେ ସାନି ସତ୍ୟପାଠ ଦାଖଲ କରିଥିଲେ । ସେ ଅରୁଣ ବୋଥ୍ରାଙ୍କ ନିଯୁକ୍ତିର ବୈଧ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏପରିକି ହତ୍ୟାହାଣ୍ଡ ନେଇ ବିଧାନସଭାରେ ମନ୍ତ୍ରୀ ଓ ଏସଆଇଟି ମୁଖ୍ୟଙ୍କ ବୟାନ ମଧ୍ୟରେ ତାଳମେଳ ନଥିବା ସେ ଆବେଦନରେ ଦର୍ଶାଇଥିଲେ । ଆହୁରି ମଧ୍ୟ ସତ୍ୟତା ଉନ୍ମୋଚନ ପାଇଁ ସେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ପରୀ ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ହତ୍ୟର ଅନେକ ରହସ୍ୟ ଖୋଲିଥିଲେ । ଅଭିଯୁକ୍ତ ସରୋଜ ସେଠୀ କିପରି ଭାବେ ପରୀକୁ ତଣ୍ଟିଚିପି ମାରିବା ପରେ ଦୁଷ୍କର୍ମ କରିଥିଲା ସେନେଇ ମଧ୍ୟ ସେ କହିଥିଲେ । ତେବେ ଏହା ପରେ ବିରୋଧୀ ଦଳ ତଥା ଅନେକ ସମାଜସେବୀ ଏସଆଇଟି ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ ।

   Related Posts