oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଯଦୁପୁର ଗାଁ ପୋଖରୀରୁ ଜଳ ନିଷ୍କାସନ ଆରମ୍ଭ, ‘ପରୀ’ ମୃତ୍ୟୁ ମାମଲାର ମିଳିପାରେ ନୂଆ ତଥ୍ୟ

22/12/2020 at 10:56 AM

ନୟାଗଡ ୨୨।୧୨: ଯଦୁପୁର ଗାଁ ପୋଖରୀରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି । ପରୀ ମୃତ୍ୟୁ ମାମଲାରେ ଅଧିକ ପ୍ରମାଣ ଯୋଗାଡ କରିବାକୁ ଏହି ପୋଖରୀକୁ ଶୁଖାଯାଉଛି । ପୋଲିସ ଉପସ୍ଥିତିରେ ଅଗ୍ନିଶମ ବିଭାଗ କର୍ମଚାରୀ ଜଳ ନିଷ୍କାସନ ଜାରି ରଖିଛନ୍ତି । ଯଦୁପୁର ଗାଁର ଏହି ପୋଖରୀରେ ପରୀର କାହାଣୀକୁ ବୁଡେଇ ଦେବାକୁ ଚେଷ୍ଟା କରାଯାଇଛି। ସନ୍ଦେହ କରାଯାଉଛି ଏହି ଦଳ ଗାଡିଆରେ ପରୀ ଶରୀରର ଅବଶିଷ୍ଟାଂଶକୁ ଜଳକବର ଦିଆଯାଇଛି। ତେଣୁ ମଙ୍ଗଳବାର ଏହି ପୋଖରୀ ଶୁଖାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ସେପଟେ ପରୀ ହତ୍ୟାକାଣ୍ଡ ମାମଲାରେ ଗିରଫ ଅଭିଯୁକ୍ତକୁ ପୋକ୍ସୋ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏସଆଇଟି। ଏଥିସହିତ ଅଭିଯୁକ୍ତ ନାବାଳକ ନୁହେଁ ବୋଲି କୋର୍ଟରେ ଏସଆଇଟି ପ୍ରମାଣ ଦାଖଲ କରିଥିଲ। ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସଆଇଟି । ଯୌନ ନିର୍ଯାତନା ହିଁ ଅପରାଧର ମୁଖ୍ୟ କାରଣ । ଯୌନ ନିର୍ଯାତନା ପରେ ପରୀକୁ ହତ୍ୟା କରାଯାଇଥିବା ନେଇ ଅଭିଯୁକ୍ତ ବିରୋଧରେ ବଳିଷ୍ଠ ପ୍ରମାଣ ରହିଥିବା ଏସଆଇଟି କ୍ୟାପଟେନ୍‌ ଅରୁଣ ବୋଥ୍ରା କହିଛନ୍ତି ।

ଅଭିଯୁକ୍ତକୁ ଏସଆଇଟି ଟିମ୍‌ ପ୍ରଥମେ ଘରକୁ ନେଇଥିଲା । କ୍ରାଇମସିନର ରିକ୍ରିଏଟ କରାଯିବା ନେଇ ଅନୁମାନ କରାଯାଉଥିଲା। କେମିତି ପରୀକୁ ଦୁଷ୍କର୍ମ କରାଗଲା, କେମିତି ତାକୁ ହତ୍ୟା କରାଗଲା, କେମିତି ତାର ମୃତଦେହକୁ ଲୁଚାଇବାକୁ ଚେଷ୍ଟା କରାଗଲା, କେମିତି ମୃତଦେହକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା ସବୁକିଛିର ରିକ୍ରିଏଟ୍ କରାଯିବ ବୋଲି ଅନୁମାନ କରାଯାଉଥିଲା । ହେଲେ ଅଭିଯୁକ୍ତ ସେଠାରେ ଅସ୍ବାଭାବିକ ବ୍ୟବହାର କରିବାରୁ ତାକୁ ପୁଣି ଫେରାଇନିଆଯାଇଥିଲା । ଏଣେ ଯେଉଁ ଗାଁର ଶତାଧିକ ଲୋକଙ୍କ ରକ୍ତ ନମୁନା ନିଆଯାଇଥିଲା, ଖାସ୍ ପ୍ରମାଣ ମେଳ କରିବାକୁ, ସେହି ଗାଁର ଲୋକେ ଅଭିଯୁକ୍ତର କାରନାମା ବାବଦରେ ଶୁଣି ତାଜୁବ।

ପରୀ ଡ୍ରେସରେ ଲାଗିଥିବା ସିମେନ୍ ଦାଗରୁ ଏସଆଇଟି ଏହାର ସୁରାକ ପାଇଥିବା ଖୁଲାସା କରିଛି । ଏପରିକି ହତ୍ୟାକାଣ୍ଡ ପରେ କେମିକାଲ୍ ପକାଇ ପରୀର ଶରୀରକୁ ନଷ୍ଟ କରିବା ପାଇଁ ଉଦ୍ୟମ ହୋଇଥିବା କହିଛି ଏସଆଇଟି । ଯଥେଷ୍ଟ ପ୍ରମାଣ ମିଳିବା ପରେ ଯାଇଁ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

   Related Posts