ବିଗବ୍ୟାଙ୍ଗ୍‌ ସହ ପରଦାକୁ ଆସୁଛନ୍ତି ପରେଶ ରାୱଲଙ୍କ ହ୍ୟାଣ୍ଡସମ ପୁଅ, ଜାଣନ୍ତୁ ତାଙ୍କ ସମ୍ପର୍କରେ

Published By : Prameya-News7 Bureau | March 13, 2019 IST

ମୁମ୍ୱାଇ୧୩|୩: ଅନେକ ଦିନ ପରେ ବଲିଉଡରେ ଜଣେ ଷ୍ଟାର କିଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ସାରା ଅଲ୍ଲୀ ଖାନ, ଜାନଭି କପୁର, ଇଶାନ ଖଟ୍ଟରଙ୍କ ପରେ ଏବେ ଆଉ ଏକ ନୂଆ ଚେହେରା ହିନ୍ଦି ସିନେମା ଜଗତରେ ପାଦ ଦେବାକୁ ଯାଉଛନ୍ତି। ଖୁବ୍‌ ଶୀଘ୍ର ଏହି ଷ୍ଟାର କିଡ୍‌ଙ୍କର ଏଣ୍ଟ୍ରି ହେବାକୁ ଯାଉଛି। ତେବେ ଜାଣନ୍ତୁ ଏହି ଷ୍ଟାର କିଡ୍‌ ଙ୍କ ବିଷୟରେ।

{"id":93146,"width":593,"height":333}

ପରେଶ ରାୱଲ ବଲିଉଡର ଜଣେ ବରିଷ୍ଠ ଅଭିନେତା । ତାଙ୍କ ଅଭିନୟ ଲୋକଙ୍କୁ ମନ୍ତ୍ରମୁଗ୍ଧ କରେ । ୧୯୯୪ ମସିହାରେ ସେ ତାଙ୍କ ପ୍ରଥମ ଆୱାର୍ଡ ହାସଲ କରିଥିଲେ। ଏହି ଫିଲ୍ମଫେଆର ଆୱାର୍ଡ ବେଷ୍ଟ କମେଡିଆନ ପାଇଁ ପାଇଥିଲେ। ବଲିଉଡ ସହ ତେଲୁଗୁ ଫିଲ୍ମ ଜଗତରେ ମଧ୍ୟ ସେ ବହୁତ ଚର୍ଚ୍ଚିତ। ତାଙ୍କ ମନକିଣା ଅଭିନୟ ଲୋକଙ୍କୁ ହସାଏ, କନ୍ଦାଏ, ରଗାଏ। ହାସ୍ୟ ଅଭିନେତା ସହ ସେ ଅନେକ ଖଳନାୟକ ଅଭିନୟ କରିଛନ୍ତି ଯାହା ଦର୍ଶକ ଖୁବ୍‌ ପସନ୍ଦ କରନ୍ତି ।  ପରେଶ ରାୱଲ ଏବେ ଲୋକସଭାରେ ସାଂସଦ ଅଛନ୍ତି।

{"id":93147,"width":594,"height":396}

ତେବେ ପରେଶଙ୍କ ପୁଅ ମଧ୍ୟ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ସେ ହେଲେ ଆଦିତ୍ୟ ରାୱଲ। ରିପୋର୍ଟ ଅନୁସାରେ ଆଦିତ୍ୟଙ୍କୁ ଅନୁରାଗ କଶ୍ୟପ ଲଂଚ କରିବେ। ବଲିଉଡରେ ଡେବ୍ୟୁ କରିବା ପାଇଁ ଆଦିତ୍ୟ ଜୋର୍‌ ସୋର୍‌ରେ ପ୍ରସ୍ତୁତି କରୁଛନ୍ତି। ଅନୁରାଗ କଶ୍ୟପଙ୍କ ଫିଲ୍ମ “ବମଫାଡ” ଚଳଚ୍ଚିତ୍ରରେ ଆଦିତ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ରଂଜନ ଚନ୍ଦେଲ ଏହି ଫିଲ୍ମର ନିର୍ଦ୍ଦେଶକ। ଏହି ଚଳଚ୍ଚିତ୍ରରେ ଆଦିତ୍ୟଙ୍କ ସହ ଶାଲିନୀ ପାଣ୍ଡେ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

{"id":93150,"width":594,"height":311}

ଗତ ବର୍ଷ ଶାଲିନୀ ତେଲୁଗୁ ଫିଲ୍ମ ଅର୍ଜୁନ ରେଡ୍ଡିରେ ଅଭିନୟ କରି ସିନେମା ଜଗତରେ ପାଦ ଦେଇଥିଲେ। ବ୍ଲକବଷ୍ଟର ହିଟ୍‌ ଫିଲ୍ମ ଅର୍ଜୁନ ରେଡ୍ଡିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରି ଆୱାର୍ଡ ହାସଲ କରିଥିଲେ। ସିନ୍ମା ଜଗତରେ ପାଦ ଦେଉ ଦେଉ ଏହି ଅଭିନେତ୍ରୀ ବେଶ୍‌ ଚର୍ଚ୍ଚାରେ ଅଛନ୍ତି।   

{"id":93149,"width":599,"height":449}

ସୂଚନାଯୋଗ୍ୟ ଯେ, ଫିଲ୍ମର ଶୁଟିଂ କାନପୁରରେ ଆରମ୍ଭ ହୋଇସାରିଛି। ଏହି ଚଳଚ୍ଚିତ୍ରର ପ୍ରତ୍ୟେକ ସୂଚନା ସିକ୍ରେଟ ରଖାଯାଇଛି। ଅନୁରାଗ କଶ୍ୟପ ଫିଲ୍ମ ବିଷୟରେ ଅନ୍ୟ କଳାକାରଙ୍କ ସହ ବହୁତ କଥା ବାର୍ତ୍ତା କରିଥିଲେ। କିନ୍ତୁ ଶେଷରେ ସେ ଆଦିତ୍ୟ ଓ ଶାଲିନୀଙ୍କୁ ସାଇନ କରିଲେ। ଆଦିତ୍ୟଙ୍କ ପୁରା ପରିବାରରେ ଅଭିଜ୍ଞ କଳାକାର ଅଛନ୍ତି। ତାଙ୍କ ମା ବାପା ଦୁହେଁ ଖୁବ୍‌ ପ୍ରତିଷ୍ଠିତ କଳାକାର। ଶୁଟିଂର ଗୋଟେ ମାସ ପୂର୍ବରୁ ଆଦିତ୍ୟଙ୍କ ଫିଲ୍ମ ୱାର୍କସପ ଆରମ୍ଭ ହୋଇଥିଲା। ଅନୁରାଗ କଶ୍ୟପ କହିଛନ୍ତି ଯେ, ରଂଜନ ଲେଖକ ଓ ସହଯୋଗୀ ଭାବେ ଏହି ସିନେମା ପାଇଁ ବହୁତ ଆଗରୁ କାମ ଆରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.