ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ପଶ୍ଚିମବଙ୍ଗ ପୁଲିସ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରେଶ ରାୱଲ୍

1/02/2023 at 9:16 PM

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପୁଲିସ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ବଲିଉଡ୍ ଅଭିନେତା ପରେଶ ରାୱଲ୍। ବଙ୍ଗାଳୀ ବିରୋଧୀ ମନ୍ତବ୍ୟ ଅଭିଯୋଗରେ କୋଲକାତା ପୁଲିସ ପରେଶ ରାୱଲଙ୍କ ବିରୋଧରେ ମାମଲା ଦାୟର କରିଛି। ଏହାକୁ ବିରୋଧ କରି ଅଭିନେତା ଆଜି କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଫେବ୍ରୁଆରୀ ୨ ତାରିଖରେ ଏହି ମାମଲାର ଶୁଣାଣି ହେବ। ଜଷ୍ଟିସ୍‌ ରାଜ୍ ଶେଖର ମନ୍ଥା ଏହାର ଶୁଣାଣି କରିବେ। ଏହି ମାମଲାରେ ହାଜର ହେବାକୁ ପୁଲିସ ପରେଶ ରାୱଲଙ୍କୁ ସମନ କରିଛି। ତେବେ ହାଜର ହେବାକୁ ଅଧିକ ସମୟ ମାଗିଛନ୍ତି ଅଭିନେତା।

ଗତବର୍ଷ ଗୁଜରାଟ ବିଧାନସଭା ନିର୍ବାଚନରେ ପରେଶ ରାୱଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧିକୁ ନେଇ ବିବାଦୀୟ ଟିପ୍ପଣୀ କରିଥିଲେ। ପରେଶ କହିଥିଲେ “ ଗ୍ୟାସ୍‌ ସିଲିଣ୍ଡର ମହଙ୍ଗା ରହିଛି। ହେଲେ ଦାମ କମିବ। ଲୋକେ ବି ନିଯୁକ୍ତି ପାଇବେ। କିନ୍ତୁ ଦିଲ୍ଲୀ ଭଳି ଯେତେବେଳେ ବାଂଲାଦେଶ ଓ ରୋହିଙ୍ଗିଆ ଶରଣାର୍ଥୀମାନେ ଚାରିପାଖରେ ରହିବାକୁ ଲାଗିବେ ସେତେବେଳେ କଣ ହେବ? ସେତେବେଳେ ଗ୍ୟାସ୍ ସିଲିଣ୍ଡରକୁ ନେଇ ଆପଣ କଣ କରିବେ ? ଏହି ବଙ୍ଗାଳିମାନଙ୍କ ପାଇଁ ମାଛ ରାନ୍ଧି ଦେବେ?”

ପରେଶଙ୍କ ଏହି ମନ୍ତବ୍ୟକୁ ବିରୋଧ ହେବା ପରେ ଟ୍ୱିଟରରେ କ୍ଷମା ମାଗିଥିଲେ ଅଭିନେତା। ଏହି ମନ୍ତବ୍ୟ ସେ ବାଂଲାଦେଶୀ ଓ ରୋହିଙ୍ଗିଆ କ୍ଷେତ୍ରରେ ଦେଇଥିଲେ ବୋଲି ପରେଶ ରାୱଲ କହିଥିଲେ।

ତେବେ କ୍ଷମା ପ୍ରାର୍ଥନା ପରେ ବି ପରେଶଙ୍କ ଉପରୁ ପଶ୍ଚିମଙ୍ଗର ରାଗ ଥମି ନଥିଲା। ଏ ନେଇ ପରେଶଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଅଭିଯୋଗରେ ତାଙ୍କ ବିରୋଧରେ ଆପିସିର ଧାରା ୧୫୩(ଦଙ୍ଗା ଉଦ୍ଦେଶରେ ଉସ୍‌କାଇବା),୧୫୩ଏ(ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା।), ୧୫୩ବି, ଧାରା ୫୦୪( ଶାନ୍ତି ଭଙ୍ଗ କରିବା ପାଇଁ ଜାଣିଶୁଣି ଅପମାନିତ କରିବା), ଧାରା ୫୦୫(ଭ୍ରମାତ୍ମକ ଟିପ୍ପଣୀ ଦେଇ ଲୋକଙ୍କୁ ଭୂଆଁ ବୁଲାଇବା) ଦଫା ଲଗାଯାଇଛି।   

   Related Posts