ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲ ଏନ୍‌ଏସ୍‌ଡି ଅଧ୍ୟକ୍ଷ ନିଯୁକ୍ତ

Published By : Prameya-News7 Bureau | September 10, 2020 IST

ମୁମ୍ବାଇ ୧୦/୦୯ : ପୂର୍ବତନ ବିଜେପି ସାଂସଦ ତଥା ଅଭିନେତା ପରେଶ ରାୱଲଙ୍କୁ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାର ଚେୟାର୍ ମ୍ୟାନ୍ ନିଯୁକ୍ତ ହୋଇଛନ୍ତି | ଏନଏସଡି ଟ୍ୱିଟ କରି କହିଛି, 'ରାଷ୍ଟ୍ରପତି ଲୋକପ୍ରିୟ ଅଭିନେତା ତଥା ପଦ୍ମଶ୍ରୀ ପରେଶ ରାୱଲଙ୍କୁ ଏନ୍‌ଏସ୍‌ଡି ଚେୟାରମ୍ୟାନ ନିଯୁକ୍ତ କରିଥିବା ସୂଚନା ଦେଇ ଅତ୍ୟନ୍ତ ଖୁସି ଅନୁଭୂତ କରୁଛନ୍ତି | ଏନଏସଡି ପରିବାର ତାଙ୍କୁ ସ୍ୱାଗତ ଜଣାଉଛି | ତାଙ୍କ ମାର୍ଗ ଦର୍ଶନରେ ଏନ୍‌ଏସ୍‌ଡି ଆହୁରି ଉଚ୍ଚକୁ ଉଠିବ |'

wp:core-embed/twitter {"url":"https://twitter.com/nsd_india/status/1304001976158490624","type":"rich","providerNameSlug":"twitter","className":""}
https://twitter.com/nsd_india/status/1304001976158490624
/wp:core-embed/twitter

ସଂସ୍କୃତି ମନ୍ତ୍ରାଳୟ ଟ୍ୱିଟ କରି କହିଛି, 'ପ୍ରସିଦ୍ଧ ଭାରତୀୟ ଫିଲ୍ମ ଅଭିନେତା ତଥା ରାଷ୍ଟ୍ରୀୟ ପୁରସ୍କାର ବିଜେତା ପରେଶ ରାୱଲଙ୍କୁ ଏନଏସଡି ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଁ ହାର୍ଦ୍ଧିକ ଅଭିନନ୍ଦନ | ତାଙ୍କର ସକ୍ଷମ ନେତୃତ୍ୱ ଯୋଗୁଁ ଏନଏସଡି ଆହୁରି ସଫଳତା ହାସଲ କରିବ |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.